ଓଡିଶା

odisha

ETV Bharat / briefs

କଂଗ୍ରେସ ଛାଡିଲେ ପ୍ରିୟଙ୍କା

ଦଳ ଛାଡିଲେ ଏଆଇସିସି ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ। ଦଳରୁ ଅସନ୍ତୁଷ୍ଟ ହୋଇ ସେ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ ଟ୍ବିଟର

By

Published : Apr 19, 2019, 1:11 PM IST

Updated : Apr 19, 2019, 1:25 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ଦଳରୁ ଅସନ୍ତୁଷ୍ଟ ହୋଇ ସେ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇ ଦେଇଥିଲେ। ଦଳରୁ ଇସ୍ତଫା ଦେବା ପରେ ପ୍ରିୟଙ୍କା ନିଜ ଟ୍ବିଟରରୁ 'କଂଗ୍ରେସ ମୁଖପାତ୍ର' ଶଦ୍ଦକୁ ମଧ୍ୟ ହଟାଇ ଦେଇଥିଲେ। ଦଳ ଛାଡିବା ପରେ ପ୍ରିୟଙ୍କା ଶିବସେନାରେ ଯୋଗ ଦେବେ।

ପ୍ରକାଶ ଯେ, ରାଫେଲ ଯୁଦ୍ଧ ବିମାନ ଚୁକ୍ତି ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ପ୍ରିୟଙ୍କା ଆଗ୍ରା ପହଞ୍ଚିଥିଲେ। ସେଠାରେ କିଛି ଦଳୀୟ କର୍ମୀ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ ଆଣିଥିଲେ। ତେବେ ପ୍ରିୟଙ୍କାଙ୍କ ଅଭିଯୋଗ ଆଧାରରେ କଂଗ୍ରେସ ଉକ୍ତ ସଦସ୍ୟଙ୍କୁ ଦଳରୁ ବିତାଡିତ କରିଥିଲା। କିନ୍ତୁ ବୁଧବାର ପୁଣି ଥରେ ସେମାନଙ୍କୁ ଦଳରେ ସାମିଲ କରାଯାଇଥିଲା ।

ପୂର୍ବରୁ ସେ ତାଙ୍କ ଟ୍ଵିଟରରେ ଟ୍ଵିଟ୍‌ କରି କହିଥିଲେ ଯେ, ଏହା ଅତ୍ୟନ୍ତ ଦୁଃଖର କଥା ଯେ ଦଳ ପାଇଁ ମୁଁ ମୋ ରକ୍ତ, ଝାଳ ଏକାଠି କରି ଦେଇଥିବା ସତ୍ତ୍ୱେ ଦଳ ସେମାନଙ୍କୁ ନିଜ ସହ ରଖିଛି ଯେଉଁମାନେ ମୋ ସହ ଦୁର୍ବ୍ୟବହାର କରିଥିଲେ ।

Last Updated : Apr 19, 2019, 1:25 PM IST

ABOUT THE AUTHOR

...view details