ଭୁବନେଶ୍ବର: ଓଡିଶା କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । ଦଳ ଛାଡିଛନ୍ତି ମୁଖପାତ୍ର ତଥା ବରିଷ୍ଠ ନେତା ବିଭୁ ପ୍ରସାଦ ତରାଇ । ନିଜ ଇସ୍ତଫା ପତ୍ର ସେ ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ।
ଟିକେଟ୍ ନମିଳିଲେ ବିଦ୍ରୋହୀ ପ୍ରାର୍ଥୀ ହେବା ଅଥବା ଦଳ ବଦଳ ରାଜନୀତି ଏବେ ଓଡିଶା ପାଣିପାଗକୁ ସରଗରମ କରିଛି । ସେହି ତାଲିକାରେ ସାମିଲ ହୋଇଛନ୍ତି ବିଭୁ । ଦଳ ତାଙ୍କୁ ସାଂସଦ ଟିକେଟ ନଦେବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଦଳ ତାଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ ।