ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ଏହି ଅବସରରେ ଟ୍ବିନସିଟିର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ ହେବ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।
ଚଳିତ ବର୍ଷ ରାଜଧାନୀରେ ପାଖାପାଖି ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଏଥିସହ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ରାଜଧାନୀର ଟ୍ରାଫିକ ପରିଚାଳନା । ସେହିପରି କଟକରେ ମଧ୍ୟ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । କଟକର 2ଟି ସ୍ଥାନରେ ରଥଯାତ୍ରା ହେଉଥିବାବେଳେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ । ରଥଯାତ୍ରା ସମୟରେ ଉଭୟ ସହରରେ ଯେଭଳି କୌଣସି ଅଘଟଣ ନଘଟେ, ସେଥିପ୍ରତି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଶେଷ କରି ମହିଳାଙ୍କ ସୁରକ୍ଷା ଏବଂ ଚେନ ଲୁଟେରାଙ୍କ ଉପରେ ଗରୁତ୍ବ ଦିଆଯାଇଛି ।