ଓଡିଶା

odisha

ETV Bharat / briefs

ଟ୍ରକ-ବାଇକ ମୁହାଁମୁହିଁ, 3 ବାଇକ ଆରୋହୀ ମୃତ - Collision between Truck-Bike

ବରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଓ ଟ୍ରକ ମୁହାଁମୁହିଁ ହେବାରୁ 3 ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

By

Published : Mar 26, 2019, 9:48 PM IST

ବରଗଡ: ପଦ୍ମପୁରରୁ ପାଟଣାଗଡ଼ ରାସ୍ତା ମଧ୍ୟରେମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଓ ଟ୍ରକ ମୁହାଁମୁହିଁ ହେବାରୁ 3 ଜଣଙ୍କମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହସ୍ପିଟାଲରେ ଆଖି ବୁଜିଛି । ଆହତଙ୍କୁ ଉଦ୍ଧାର କରି ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ସେଠାରେ ତାଙ୍କର ତାଙ୍କୁ ମୃତଘୋଷଣା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବାଇକରେ 3 ଜଣ ଯୁବକ ଦୃତ ଗତିରେ ପାଟଣାଗଡ ଅଭିମୁଖେ ଯାଉଥିବା ବେଳେ ବାଦିମାଳ ଛକରେ ଭାରସାମ୍ୟ ହରାଇ ଅପରପଟୁ ଆସୁଥିବା ଏକ ଟ୍ରକରେ ପିଟି ହୋଇ ଯାଇଥିଲେ | ଫଳରେ ଘଟଣାସ୍ଥଳରେ ହିଁ 2 ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା | ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ |

ଘଟଣା ସ୍ଥଳରେପୋଲିସ ପହଞ୍ଚି ଗୁରୁତର ବାଇକ ଆରୋହିଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା | ତେବେ ଉକ୍ତ ଯୁବକଙ୍କ ପରିଚୟ ପୁଡାପଦର ଗ୍ରାମର ଠାକୁର ଗହିର (38), ଭୋଇପାଳି ଗ୍ରାମର ଦୁଲକ ନାଗ (47) ଓ ଯୁବାଖୋଳ ଗ୍ରାମର ଅର୍ଜୁନ ଦୀପ (35) ବୋଲି ଜଣାପଡିଛି |

ବରଗଡ଼ରୁ ରାଜେଶ କୁମାର ସରାପ, ଇଟିଭି ଭାରତ

ABOUT THE AUTHOR

...view details