ସୁନ୍ଦରଗଡ଼: ବଣାଇଁ ଉପଖଣ୍ଡ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ସ୍ଥାନୀୟ ରାଜା ଧରଣୀଧର ହାଇସ୍କୁଲ ପରିସରରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଖୋଲିବାକୁ ଯାଉଛି । ସୋମବାର ଦିନ ଏହି ସେଣ୍ଟରକୁ ଯାଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବିଭିନ୍ନ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ସେହିପରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ୬ଟି ଟ୍ରୁନାଟ୍ ମେସିନ୍ ଯୋଗାଇ ଦିଆଯାଇଛି । ଏହା ଫଳରେ ସେଠାରେ କୋଭିଡ୍ ଲାଗି ଏବେ ଆରଟିପିସିଆର ପରୀକ୍ଷା କରାଯାଇ ପାରିବ ।
ରାଜା ଧରଣୀଧର ହାଇସ୍କୁଲ ପରିସରରେ ଖୋଲିଥିବା କୋଭିଡ୍ କେୟାର ସେଣ୍ଟର ବଣାଇଁ, ଗୁରୁଣ୍ଡିଆ, ଲହୁଣୀପଡ଼ା ଏବଂ କୋଇଡ଼ା ବ୍ଲକ ଆଦି ଅଞ୍ଚଳର କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ। ୪୦ ଶଯ୍ୟା ବିଶିଷ୍ଟ ଏହି କେନ୍ଦ୍ରରେ ୨୦ଟି ଅକ୍ସିଜେନ୍ କନସେନଟ୍ରେଟର ବ୍ୟବସ୍ଥା କରାଯାଉଛି। ଫଳରେ ଅମ୍ଲଜାନ ଆବଶ୍ୟକ କରୁଥିବା ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯାଇ ପାରିବ। ଏହି କେନ୍ଦ୍ର ସହିତ ଆମ୍ବୁଲାନ୍ସକୁ ସଂଯୁକ୍ତ କରାଯାଇଛି। ତେଣୁ ଅଧିକ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ରାଉରକେଲାସ୍ଥିତ କୋଭିଡ୍ ହସ୍ପିଟାଲକୁ ପଠାଯିବ। ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଏବେ ଆରଟିପିସିଆର ଟେଷ୍ଟିଂ କରାଯିବ ।