ଓଡିଶା

odisha

By

Published : May 20, 2021, 5:23 PM IST

ETV Bharat / briefs

ବିଭିନ୍ନ ବିଦ୍ୟାଳୟର ସ୍ମାର୍ଟ କ୍ଳାସ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଗ୍ରସ୍ତ କରି ବିଭିନ୍ନ ବିଦ୍ୟାଳୟର ସ୍ମାର୍ଟ କ୍ଳାସ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଅଧିକ ପଢନ୍ତୁ...

Collector Ganjam visits
Collector Ganjam visits

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଗ୍ରସ୍ତ କରି ବିଭିନ୍ନ ବିଦ୍ୟାଳୟର ସ୍ମାର୍ଟ କ୍ଳାସ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଗଞ୍ଜାମ ଜିଲ୍ଲାପାଳ ଅଚାନକ ଗସ୍ତରେ ଆସି ବ୍ଳକରେ ରହିଥିବା ବିଭିନ୍ନ ପଞ୍ଚାୟତ ଗୁଡିକର ବିଦ୍ୟାଳୟ ପରିଭ୍ରମଣ କରିବା ସହ ସେଠାକାର ନବନିର୍ମିତ ସ୍ମାର୍ଟ କ୍ଳାସ ସ୍ଥିତି ଅନୁଧ୍ୟାନ କରଛନ୍ତି ।

ସ୍ମାର୍ଟ କ୍ଳାସ ପରିଦର୍ଶନ

ଗଞ୍ଜାମ ଜିଲ୍ଲାରେ ବିଦ୍ୟାଳୟ ରୂପାନ୍ତରିତ ପାଇଁ ଜିଲ୍ଲା ପ୍ରଶାସନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଧରଣର ଶିକ୍ଷା ଯୋଗାଇଦେବା ପାଇଁ, ସ୍ମାର୍ଟ କ୍ଳାସ ଭଳି କାର୍ଯ୍ୟକ୍ରମ ହାତେଇ ନେଇଥିବାବେଳେ ଜିଲ୍ଲାପାଳ ଏହି ଅବସରରେ ପ୍ରଥମେ ପୋଡାମାରୀ ଚୈତନ୍ୟ ବିଦ୍ୟାପୀଠରେ ହୋଇଥିବା ନବନିର୍ମିତ ସ୍ମାର୍ଟ କ୍ଳାସ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ସାନଖେମୁଣ୍ଡି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ପ୍ରଧାନଶିକ୍ଷକ କେଦାରନାଥ ପାତ୍ର , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜକିଶୋର ବାଡତ୍ଯା , ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ ଉପସ୍ଥିତ ରହିଥିଲେ । ଏହି ସ୍ମାର୍ଟ କ୍ଳାସ ମାଧ୍ୟମରେ ବିଦ୍ୟାର୍ଥୀ ପାଠ ପଢିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଏହାପରେ ଜିଲ୍ଲାପାଳ ଏରେଣ୍ଡ୍ରା ରାଧାକୃଷ୍ଣ ବିଦ୍ୟାପୀଠ , ଚୁଡଙ୍ଗପୁର ନୋଡାଲ ହାଇସ୍କୁଲ, ପାଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଖଲିଙ୍ଗି ନୋଡାଲ ହାଇସ୍କୁଲ , କଙ୍କୋରଡା ନେହେରୁ ବହୁମୁଖୀ ବିଦ୍ୟାପୀଠ ଓ ଏସ୍ . ଗୋପାଳପୁର ହାଇସ୍କୁଲ ପରିଭ୍ରମଣ କରି ସେଠାକାର ସ୍ମାର୍ଟ କ୍ଳାସ ସ୍ଥିତି ଅନୁଧ୍ୟାନ କରିଥିଲେ ।

ସ୍ମାର୍ଟ କ୍ଳାସ ପରିଦର୍ଶନ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details