ଭୁବନେଶ୍ବର: ସାମୁଦ୍ରିକ ଝଡ ଫନି ପରେ ଦେଖେ ପାଇଁ ୧୦୦ କୋଟି ଟଙ୍କାର ସ୍ଵତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାରେ ପ୍ରଭାବିତ ପ୍ରତ୍ୟେକ ବୁଲାବିକାଳୀଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏଥିରେ ପ୍ରାୟ ୩0 ହଜାର ବିକ୍ରେତା ଉପକୃତ ହେବେ ।
ବୁଲାବିକାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପ୍ୟାକେଜ୍ - ମୁଖ୍ୟମନ୍ତ୍ରୀ
ଫନି ମାଡରେ ଭାଙ୍ଗି ପଡିଥିବା ଓଡିଶାର ମେରୁଦଣ୍ଡ ଏବେ ଧିରେ ଧିରେ ସଳଖୁଛି । l ତେବେ ଶନିବାର ଫନି ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ବୁଲାବିକାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି।
ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
ସେହିପରି ବାତ୍ୟାରେ କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିବ । ସର୍ବାଧିକ ୨୫ଟ ନଡିଆ ଗଛ କ୍ଷତି ହୋଇଥିଲେ ଚାଷୀଙ୍କୁ ଗଛ ପିଛା ୫୦୦ ଟଙ୍କାର ସହାୟତା ଦିଆଯିବ। ଏଥିସହ ବ୍ରୟଲର କୁକୁଡା ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୭୫ପ୍ରତିଶତ ସବସିଡ୍ ଦିଆଯିବ । ଏହି ଯୋଜନାରେ 2ହଜାର କୁକୁଡା ଚାଷୀ ଉପକୃତ ହେବେ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ