ନୂଆଦିଲ୍ଲୀ:କେବଳ ଭାରତ ନୁହେଁ ସମଗ୍ର ବିଶ୍ବ ଚୀନର ନିଷ୍ଠୁର ଉଦ୍ଦେଶ୍ୟରେ ଚିନ୍ତିତ। ଚୀନ ଭାରତର ପ୍ରାୟ 10 ହଜାର ଲୋକଙ୍କ ଉପରେ ନଜର ରଖିଛି । ଏଥିରେ ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରାୟ 10 ହଜାର ଲୋକ ଅଛନ୍ତି। ବର୍ତ୍ତମାନ ବ୍ରିଟେନ ବିଷୟରେ ମଧ୍ୟ ସମାନ ତଥ୍ୟ ପ୍ରକାଶ ପାଇଛି, ଯେଉଁଠାରେ ଏକ ଚାଇନାର କମ୍ପାନୀ ବ୍ରିଟେନର 40 ହଜାର ଲୋକଙ୍କ ଉପରେ ନଜର ରଖିଛି ।
ବ୍ରିଟିଶ ଖବରକାଗଜ ‘ଦି ଟେଲିଗ୍ରାଫ’ ନିଜ ରିପୋର୍ଟରେ ଲେଖିଛି ଯେ, ଚାଇନାର ଏକ କମ୍ପାନୀ ପ୍ରାୟ 40,000 ବ୍ରିଟିଶ ଲୋକଙ୍କ ଡାଟାବେସ୍ ପ୍ରସ୍ତୁତ କରିଛି । ଏହାକୁ ଚୀନ୍ ସରକାର ଏହାର ଗୁପ୍ତଚର ସେବା ପାଇଁ ବ୍ୟବହାର କରୁଛି ।
ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ବଡ ବ୍ରିଟିଶ ରାଜନେତା, ବ୍ୟବସାୟୀ, ଅଭିନେତାଙ୍କ ତଥ୍ୟ ପ୍ରସ୍ତୁତ କରିଛି। ଚାଇନିଜ୍ ସର୍ଭରରେ ଏହି ସମସ୍ତ ଲୋକଙ୍କ ଏକ ଫୋଲ୍ଡର୍ ପ୍ରସ୍ତୁତ କରାଯାଇଛି । ଟେଲିଗ୍ରାଫର ଦାବି ଅନୁଯାୟୀ ଚୀନ କମ୍ପାନୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଓ ତାଙ୍କ କ୍ୟାବିନେଟ୍, ରାଜ ପରିବାର, ସେନା ଅଧିକାରୀ, ବ୍ୟବସାୟୀ ଓ ବହୁ ଅପରାଧୀଙ୍କ ଡାଟାବେସ୍ ପ୍ରସ୍ତୁତ କରିଛି।
ପ୍ରକାଶଥାଉକି, ସୋମବାର ଭାରତର ଏକ ଇଂରାଜୀ ଖବରକାଗଜ ମଧ୍ୟ ଏହା ପ୍ରକାଶ କରିଛି। ଯେଉଁଥିରେ ଦାବି କରାଯାଇଥିଲା ଯେ ଚାଇନାର ଏକ କମ୍ପାନୀ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପୂର୍ବତନ ସେନା କର୍ମଚାରୀ, ବିଚାରପତି, ବଲିଉଡ ତାରକା ଏବଂ କ୍ରୀଡାବିତଙ୍କ ସମେତ 10 ହଜାର ଲୋକଙ୍କ ଡାଟା ଚୀନ ପାଖରେ ରହିଛି ।