ଓଡିଶା

odisha

ETV Bharat / briefs

ବାରହା ସହ ଧକ୍କା ହେଲା କାର: 3 ମୃତ, 3 ଗୁରୁତର

କାରଟି ବାରହା ସହ ଧକ୍କା ହେବା ପରେ ରାସ୍ତା କଡକୁ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ହୋଇଛି ।

By

Published : May 11, 2019, 10:13 AM IST

Updated : May 11, 2019, 12:43 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ବାରହା (ଜଙ୍ଗଲୀ ଘୁଷୁରୀ) ସହ ଦୁର୍ଘଟଣା ହେଲା କାଳ । ବାରହାକୁ କାର ଧକ୍କା ଦେବା ଫଳରେ 3ଜଣଙ୍କ ମୃତ୍ୟୁ ହୋଇଛି ଓ 3 ଗୁରୁତର ଅଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସୋଗର ପାଖ ତାରିଣୀ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି । କାରଟି ବାରହା ସହ ଧକ୍କା ହେବା ପରେ ରାସ୍ତା କଡକୁ ଓଲଟି ପଡିଥିବା ଜଣାପଡିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ସୂଚନାମୁତାବକ, ବିଳମ୍ୱିତ ରାତିରେ ଏକ କାର ଯୋଗେ ରାଉରକେଲାରୁ ସମୀର ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ପରିବାର ସହ ଜଗତସିଂହପୁରର ଗାଁକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ତାଙ୍କ ବାପା ଉପେନ୍ଦ୍ର ଜେନା ଓ ସ୍ତ୍ରୀ ପଙ୍କଜିନୀଙ୍କ ସହ ତାଙ୍କ ମାଙ୍କ ମୃତ୍ୟୁ ହୋଇଛି । ଏହାସହ ଛୋଟ ପୁଅ ଓ ଝିଅଙ୍କ ସମେତ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ସମସ୍ତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ଦୁର୍ଘଟଣାରେ ବାରହାଟି ମଧ୍ୟ ମରିଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 11, 2019, 12:43 PM IST

ABOUT THE AUTHOR

...view details