ଭୁବନେଶ୍ବର: ଆପଣ ନିତିଦିନ ଆପଣଙ୍କ ମୋଟର ସାଇକେଲରେ ପେଟ୍ରୋଲ ପକାଉଛନ୍ତି କି? ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇଲା ବେଳେ କେବେ ଯାଞ୍ଚ କରିଛନ୍ତି କି ? ଯଦି ନା ତାହାହେଲେ ଏବେ ଠାରୁ ପେଟ୍ରୋଲ ପକାଇବା ପୂର୍ବରୁ ଯାଞ୍ଚ କରିନିଅନ୍ତୁ । କାରଣ ଆପଣଙ୍କ ଗାଡିରେ ପେଟ୍ରୋଲ ପରିବର୍ତ୍ତେ ଭର୍ତି ହେଉଛି ଅଜଣା କେମିକାଲ । ଏହି କେମିକାଲ କେତେବେଳେ କିପରି ବି ଆପଣଙ୍କ ଏବଂ ଆପଣଙ୍କ ମୋଟର ସାଇକେଲର କ୍ଷତି ପହଞ୍ଚାଇ ପାରେ ।
ଏମିତି ଏକ ଅପମିଶ୍ରଣର ଅଭିଯୋଗ ଆସିଛି ଖୋଦ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ । ଗତକାଲି ସୌମ୍ଯରଂଜନ ପାତ୍ର ନାମକ ଜଣେ ଗ୍ରାହକ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରୁ ନିଜ ଗାଡିରେ ଏକ ହଜାର ଟଙ୍କାର ପେଟ୍ରୋଲ ଭର୍ତି କରିଥିଲେ । ତେବେ ସକାଳୁ ଗାଡିର ଓଭର ଫ୍ଲୋ ପାଇପରୁ ପେଟ୍ରୋଲ ଲିକ ହେଉଥିବାର ସେ ଦେଖିଥିଲେ । ତେବେ ସୌମ୍ୟରଞ୍ଜନ ଏହାକୁ ଏକ ବୋତଲରେ ଭର୍ତି କରିଥିଲେ ହେଲେ ତାହା ପେଟ୍ରୋଲ ନଥିଲା ଥିଲା ଏକ ଅଜଣା କେମିକାଲ ।
ସେ ନିକଟସ୍ଥ ଗାଡି ଗ୍ୟାରେଜକୁ ଯାଇ ପଚାରିବାରୁ ଏହା କେମିକାଲ ବୋଲି ଜାଣିବାକୁ ପାଇଥିଲେ । ତୁରନ୍ତ ସୌମ୍ୟ ରଞ୍ଜନ ପକାଇଥିବା ପେଟ୍ରୋଲ ପମ୍ପକୁ ଯାଇ ଅଭିଯୋଗ କରିବାରୁ ପେଟ୍ରୋଲ ପମ୍ପ କତ୍ତୃପକ୍ଷ ସିଧା ସିଧା କଥା ଫାଙ୍କିଥିଲେ । ଆଉ ପେଟ୍ରୋଲ ପମ୍ପର କର୍ମଚାରୀ କହିଛନ୍ତି ଆମେ ପେଟ୍ରୋଲ କେବଳ ମାପ କରି ବିକ୍ରି କରୁ କୌଣସି କେମିକାଲ ମିଶ୍ରଣ କରୁନାହିଁ।