ୱାସିଂଟନ: କାଲିଫର୍ଣ୍ଣିଆର ସେକ୍ରାମେଣ୍ଟୋରେ ଏକ ବୈଦ୍ୟୁତିକ ତାରରୁ ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇଛି । ନିଆଁ କବଳରେ ଅନେକ ଘର ପୋଡି ପାଉଁଶ ହୋଇଯାଇଛି । ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ କାରଣରୁ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଘର ଓ ଅନ୍ୟାନ୍ୟ କୋଠା ବିପଦରେ ଅଛି। ରିପୋର୍ଟ ଅନୁସାରେ, 3 ଜଣଙ୍କ ମୃତଦେହ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି ।
ଥମିବାର ନାଁ ନେଉନି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ, ଏଯାବତ୍ ଗଲାଣି 8 ଜୀବନ - california
କାଲିଫର୍ଣ୍ଣିଆର ସେକ୍ରାମେଣ୍ଟୋରେ ଏକ ବୈଦ୍ୟୁତିକ ତାରରୁ ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇଛି । ନିଆଁ କବଳରେ ଅନେକ ଘର ପୋଡି ପାଉଁଶ ହୋଇଯାଇଛି ।
ଉତ୍ତର କାଲିଫର୍ଣ୍ଣିଆର ଜଙ୍ଗଲରେ ନିଆଁ 3 ସପ୍ତାହରୁ ଅଧିକ ସମୟ ଧରି ଲାଗିରହିଛି । ପ୍ରବଳ ପବନ ଦ୍ବାରା ପ୍ରାୟ 40 କିଲୋମିଟର ଅଞ୍ଚଳରେ ଏହି ନିଆଁ ବ୍ୟାପିଗଲାଣି । ଏଥିରେ ଅନେକ ଘର ଜଳି ପାଉଁଶ ହୋଇଗଲାଣି । ବୁଧବାର ଏକ ଭୟଙ୍କର ନାରଙ୍ଗୀ ରଙ୍ଗର ଆଲୋକର ଧୂଆଁ ସମଗ୍ର ଅଞ୍ଚଳରେ ଆଚ୍ଛାଦିତ ହୋଇଯାଇଛି । ଏହି କାରଣରୁ ଅରୋଭିଲ୍ ନିକଟ ସମ୍ପ୍ରଦାୟର ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲସ ଏଞ୍ଜେଲ୍ସର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଜଳବାୟୁ ବୈଜ୍ଞାନିକ ଡାନିଏଲ ସ୍ବେନ କହିଛନ୍ତି ଯେ 24 ଘଣ୍ଟା ମଧ୍ୟରେ ଏହି ଅଗ୍ନିକାଣ୍ଡ ପ୍ରାୟ 400 ବର୍ଗ ମାଇଲ (1,036 ବର୍ଗ କିଲୋମିଟର) ପର୍ଯ୍ୟନ୍ତ ବ୍ୟାପିଯାଇଛି ।
ପ୍ରକାଶଥାଉକି, ଅଗଷ୍ଟ ମଧ୍ୟଭାଗରୁ କାଲିଫର୍ଣ୍ଣିଆରେ ଅଗ୍ନିକାଣ୍ଡ କାରଣରୁ 8 ଜଣଙ୍କର ଜୀବନ ଗଲାଣି । 3,600ରୁ ଅଧିକ କୋଠା ପୋଡି ପାଉଁଶ ହୋଇଯାଇଛି। ଦକ୍ଷିଣ କାଲିଫର୍ଣ୍ଣିଆରେ 8ଟି ଜଙ୍ଗଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଆମେରିକାର ବନ ସେବା । ଅନ୍ୟପକ୍ଷେ ବୁଧବାର ଜନସାଧାରଣଙ୍କ ସୁରକ୍ଷା ପାଇଁ ରାଜ୍ୟର ସମସ୍ତ 18ଟି ଜଙ୍ଗଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।