ଓଡିଶା

odisha

ETV Bharat / briefs

ନଗଡାର ଆଉ ଏକ ହୃଦୟବିଦାରକ ଚିତ୍ର 'ବୁରୁସାହି'

ମୌଳିକ ସୁବିଧା ପାଇଁ ଅଯୋଗ୍ୟ ବୁରୁସାହି ଗାଁ । ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟସେବା ଏମାନଙ୍କ ମୁଖ୍ୟ ସମସ୍ୟା ପାଲଟିଛି । ସେପଟେ ଖୁବ୍ ଶୀଘ୍ର ସରକାରୀ ସ୍ତରରେ ଏହାର ସମାଧାନ କରିବାକୁ ଧର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ।

By

Published : May 30, 2019, 12:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଦିନେ ସାରା ବିଶ୍ୱ ଦେଖିଥିଲା ନଗଡ଼ାର ନଗ୍ନ ଚିତ୍ର । ଅଭାବ, ଅପପୁଷ୍ଟି, ଅନାହାର ଭଳି ହୀନ ପରିଚୟରେ ବାନ୍ଧି ହୋଇ ପଡ଼ିଥିଲା ନଗଡ଼ା । କେବଳ ରାଜ୍ୟ କି ଦେଶ ନୁହେଁ, ପୁରା ବିଶ୍ବ ପାଇଁ କଳଙ୍କ ମୁଣ୍ଡାଇଥିଲା ଏହି ଅଞ୍ଚଳ । ତେବେ ପରିବର୍ତ୍ତନର ପ୍ରତିଜ୍ଞା ନେଇ ଅଣ୍ଟା ଭିଡ଼ିଥିଲା ପ୍ରଶାସନ । ବଦଳିବ ନଗଡ଼ା, ଉନ୍ନତ ହେବ ଜୀବନ । କିନ୍ତୁ କଂସାଏ ପଖାଳ ଆଉ କଞ୍ଚା ଆମ୍ବ ହିଁ ବୟାନ କରୁଛି ପରିବର୍ତ୍ତନର ପରିଭାଷା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏ ହେଉଛି ଯାଜପୁର ଜିଲ୍ଲା ବୁରୁସାହିର ଚିତ୍ର । ଗାଁ ସାରା ଝାଟିମାଟିର ଘର । ଆଉ ଏ ହେଉଛି ଗାଁ ପିଲାଙ୍କ ଅବସ୍ଥା । ପରିସ୍ଥିତି ଆଉ ସ୍ବାସ୍ଥ୍ୟବସ୍ଥା ବୟାନ କରୁଛି ଗାଁର ଅବସ୍ଥା । ଗାଡ଼ିଆର ଗୋଳିଆ ପାଣି ହିଁ ଶୋଷ ମେଣ୍ଟାଇବାର ଶେଷ ଭରସା । ସତେ ଯେମିତି ମୌଳିକ ସୁବିଧା ପାଇଁ ଏମାନେ ଅଯୋଗ୍ୟ । ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟସେବା ଏମାନଙ୍କ ମୁଖ୍ୟ ସମସ୍ୟା ପାଲଟିଛି ।

ଅପରପକ୍ଷେ ଏଠିକାର ବାସିନ୍ଦା ମୂଲ ମଜୁରିଆ ଲାଗି ଗୁଜୁରାଣ ମେଣ୍ଟାଉଥିବାବେଳେ ସରକାରୀ ଯୋଜନାରୁ ବଞ୍ଚିତ ଏମାନେ । ସ୍ଥାନୀୟ ଅଞ୍ଚଳରେ ଥିବା ସଚେତନ ନାଗରିକ ମଞ୍ଚ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ବିଭିନ୍ନ ସମୟରେ ବୁରୁସାହିକୁ ଆସି ଏହି ଆଦିବାସୀ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇଥାନ୍ତି । ଏମାନଙ୍କ ସମସ୍ୟା ନେଇ ବହୁବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ଯଥାଶୀଘ୍ର ଏହି ଆଦିବାସୀ ଲୋକମାନଙ୍କୁ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ସ୍ୱେଚ୍ଛାସେବୀ ଦାବି କରିଛନ୍ତି। ସେପଟେ ଏନେଇ ଆମେ ଧର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଥିଲୁ । ଖୁବ୍ ଶୀଘ୍ର ସରକାରୀ ସ୍ତରରେ ଏହାର ସମାଧାନ କରିବାକୁ ସେ କହିଛନ୍ତି ।

ମୌଳିକ ସୁବିଧାରୁ ବଞ୍ଚିତ ନଗଡାରେ ଅପପୃଷ୍ଟିର ଶିକାର ହୋଇ 19 ଜଣ ପ୍ରାଣ ହରାଇଥିବାବେଳେ କେବେ ବୁରୁସାହିରେ ପ୍ରଶାସନ ସମସ୍ତ ମୌଳିକ ସୁଵିଧା ଯୋଗାଇ ଦେବାରେ ସଫଳ ହେବ ତାହା ସମୟ କହିବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details