ମାଲକାନଗିରି: ଦେଶ ସୁରକ୍ଷା ତାଙ୍କର ଦାୟିତ୍ବ । ହେଲେ ନିଜକୁ ଖାଲି ଦେଶ ସୁରକ୍ଷାରେ ସୀମିତ ରଖିନାହାନ୍ତି ସୀମା ସୁରକ୍ଷା ବଳ ବା (ବିଏସଏଫ) । ଦେଖାଇଛନ୍ତି ମାନବିକତାର ଶ୍ରେଷ୍ଠ ପାରଦର୍ଶିତା । ମାଓ ଅଧ୍ୟୁଷିତ ମାଲକାନଗିରିରେ ମାଓ ଦମନ ପାଇଁ ନିୟୋଜିତ ଥିବା ବିଏସଏଫ ଜିଲ୍ଲାରେ ବହୁଥିବା ପ୍ରଚଣ୍ଡ ରୌଦ୍ରତାପରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଜନସାଧାରଣଙ୍କ ପାଇଁ ପିଇବା ପାଣି ସହ ବାଣ୍ଟୁଛନ୍ତି ସରବତ ।
ମାଲକାନଗିରି ଜିଲ୍ଲା ବର୍ତ୍ତମାନ ତତଲା କଡେଇରେ ସିଝୁଥିବା ବେଳେ ଖରା ପାଇଁ ଜନ ଜୀବନ ତ୍ରାହି ତ୍ରାହି ଡାକୁଛନ୍ତି । ଆଉ ଏହି ଖରାରୁ ମୁକ୍ତି ପାଇଁ ବାଟୋଇଙ୍କୁ ସର୍ବତ ଓ ଥଣ୍ଡା ପାନୀୟ ବଣ୍ଟନ କରୁଛନ୍ତି ।