ଓଡିଶା

odisha

ETV Bharat / briefs

1କୋଟିର ବ୍ରାଉନ ସୁଗାର ଜବତ, 4 ଗିରଫ

ବାଲେଶ୍ୱର ଦହପଡା ଅଞ୍ଚଳରୁ ବିପୁଳ ବ୍ରାଉନ ସୁଗାର ଜବତ । ଜବତ ବ୍ରାଉନ ସୁଗାରର ମୂଲ୍ୟ ପାଖାପାଖି ଏକ କୋଟି ଟଙ୍କା ହେବା । ଏହି କାରବାରରେ ସମ୍ପୃକ୍ତ ଥିବା 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

By

Published : Jun 18, 2019, 10:45 AM IST

ବାଲେଶ୍ବର: ଧଳା ଜହର ବଳୟରେ ବାଲେଶ୍ୱର। ଖୁଲମଖୁଲା ଚାଲୁଛି କୋଟି କୋଟି ଟଙ୍କାର ବ୍ରାଉନ ସୁଗାର କାରବାର । ଅନେକ ସମୟରେ ପୋଲିସ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ମଙ୍ଗଳବାର ଏକ ବଡ଼ ଗ୍ୟାଙ୍ଗଠାରୁ ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି ସହଦେବଖୁଣ୍ଟା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ଖବର ଅନୁଯାୟୀ, ଦହପଡା ଅଞ୍ଚଳରୁ ବିପୁଳ ବ୍ରାଉନ ସୁଗାର ଜବତ ସହ ଏକ କାର ଓ ବୁଲେଟକୁ ଜବତ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ଓଜନ 1 କିଲୋଗ୍ରାମ ହେବ। ଏହାସହ ପୋଲିସ ଏହି କାରବାରରେ ସମ୍ପୃକ୍ତ ଥିବା 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ବ୍ରାଉନ ସୁଗାରର ଅନ୍ତର୍ଜାତୀୟ ବଜାରର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।


ଗିରଫ ଅଭିଯୁକ୍ତମାନେ ବିଭିନ୍ନ ସମୟରେ ବ୍ରାଉନ ସୁଗାର ଚାଲାଣ ଅଭିଯୋଗରେ ସଂପୃକ୍ତ ରହିଥିବା ଜଣାପଡିଛି । ସେମାନେ ହେଲେ ଜଳେଶ୍ଵର ରାଜପୁର ଅଞ୍ଚଳର ଏସ କେ ମକସଦ ଓ ଏସ କେ ରାଜୁ, ଏସ କେ ହୁସେନ, ଏସ କେ ଜାମସେଦ ଅଲ୍ଲୀ। ଏମାନେ ସମସ୍ତେ ବାଲେଶ୍ୱର ସହର ଅରଡ ବଜାର ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତେ ଦିନରେ ମାଛ ବ୍ୟବସାୟ ଓ ରାତିରେ ବ୍ରାଉନ ସୁଗାର ଭଳି ରାକେଟରେ ସମ୍ପୃକ୍ତ ରୁହନ୍ତି ବୋଲି ପୋଲିସ ସୂଚନା ଦେଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details