ଓଡିଶା

odisha

ETV Bharat / briefs

ବ୍ରହ୍ମପୁରର ମୌଳିକ ସମସ୍ୟା ସମାଧାନ କରିବି: କାହ୍ନୁ ପତି - KANHU CH PATI

ଦକ୍ଷିଣ ଓଡିଶାର ଏକ ଗୁରୁତ୍ବପୂର୍ଣ ନିର୍ବାଚନ ମଣ୍ଡଳୀ ହେଉଛି ବ୍ରହ୍ମପୁର, ଏହି ଆସନଟି ଦୀର୍ଘଦିନ ଧରି ବିଜେଡି ଦଖଲରେ ଥିବାବେଳେ ଚଳିତ ନିର୍ବାଚନରେ ଶାସକ ଦଳ ନିଜ ପ୍ରାର୍ଥୀ ପରିର୍ବତ୍ତନ କରି ଯୁବନେତା ବିକ୍ରମ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସରୁ ଲିଙ୍ଗରାଜ ଚୌଧୁରୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଗେରୁଆ ଦଳ ଭାଜପା ଏଠି ପ୍ରାର୍ଥୀ କରିଛି ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Apr 3, 2019, 12:24 PM IST

ବ୍ରହ୍ମପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏକ ସପ୍ତାହ ସମୟ ଥିବାବେଳେ ସବୁ ଦଳ ପ୍ରଚାର ମୈଦାନରେ ଘମାଘୋଟ ପ୍ରଚାର କରୁଛନ୍ତି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରତିଶୃତି ଦେଉଛନ୍ତି ।

ଦକ୍ଷିଣ ଓଡିଶାର ଏକ ଗୁରୁତ୍ବପୂର୍ଣ ନିର୍ବାଚନ ମଣ୍ଡଳୀ ହେଉଛି ବ୍ରହ୍ମପୁର, ଏହି ଆସନଟି ଦୀର୍ଘଦିନ ଧରି ବିଜେଡି ଦଖଲରେ ଥିବାବେଳେ ଚଳିତ ନିର୍ବାଚନରେ ଶାସକ ଦଳ ନିଜ ପ୍ରାର୍ଥୀ ପରିର୍ବତ୍ତନ କରି ଯୁବନେତା ବିକ୍ରମ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସରୁ ଲିଙ୍ଗରାଜ ଚୌଧୁରୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଗେରୁଆଦଳ ଏଠି ପ୍ରାର୍ଥୀ କରିଛି ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କାହ୍ନୁ ଚରଣ ପତି ପ୍ରାର୍ଥୀ ହେବାପରେ ନିଜ ପ୍ରଚାରକୁ ଯୋରଦାର କରିଛନ୍ତି । କାହ୍ନୁ ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପାଞ୍ଚଟି ପ୍ରଶ୍ନ ନେତାଙ୍କୁ’ କାର୍ଯ୍ୟକ୍ରମରେ ଭାଗନେଇ କହିଛନ୍ତି ଯଦିସେ ବିଜୟୀ ହୁଅନ୍ତି ପ୍ରଥମେ ବ୍ରହ୍ମପୁରର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ କାର୍ଯ୍ୟ କରିବେ ।

ଏହାସହ ସହ ଦିନକୁ 18 ଘଣ୍ଟା ପରିଶ୍ରମ କରି ବ୍ରହ୍ମପୁର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ । ଦୀର୍ଘଦିନ ଧରି ବ୍ରହ୍ମପୁରର ମୌଳିକ ସମସ୍ୟାର ସମାଧାନ ହୋଇପାରି ନାହିଁ ବ୍ରହ୍ମପୁରର ମେଡିକାଲ ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ଏହି ସବୁ ସମସ୍ୟାର ସମାଧାନ ତ୍ବରାନିତ କରିବି । ଏହାସହ ବିଧାୟକ ପାଣ୍ଠିକୁ ସଠିକ୍ ବିନିଯୋଗ କରିବି ବୋଲି କହିଛନ୍ତି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details