ଓଡିଶା

odisha

ETV Bharat / briefs

ଦୟନୀୟ ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ, ଦେଖନ୍ତୁ ରିପୋର୍ଟ

ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ରୋଗୀଙ୍କ ଦୟନୀୟ ଅବସ୍ଥାର ଟିତ୍ର ଦେଖାଇଛନ୍ତି 'ଇଟିଭି ଭାରତ'ର ପ୍ରତିନିଧି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jun 3, 2019, 12:14 AM IST

ବୌଦ୍ଧ: ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଏବେ ଚରମ ଅବ୍ୟବସ୍ଥା ଦେଖାଦେଇଛି । ପାନୀୟ ଜଳ, ଶୌଚ ବ୍ୟବସ୍ଥା, ଲାଇଟ, ବେଡ, ପଙ୍ଖା, ସ୍ବଚ୍ଛତା ଭଳି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ରହିଛି ଏହି ଡାକ୍ତରଖାନା । ଡାକ୍ତରଖାନାର ଏଭଳି ଦୟନୀୟ ସ୍ଥିତି ପରଖିବାକୁ ଇଟିଭି ଭାରତ ଟିମ୍ ପହଞ୍ଚିଥିଲା ବୌଦ୍ଧ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଚିକିତ୍ସାଳୟରେ ଉପଯୁକ୍ତ ସେବା ନଥିବାରୁ ଅସହ୍ୟ ଗରମରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନାର ରାସ୍ତା ଉପରେ ହିଁ ରାତ୍ରିଯାପନ କରୁଥିଲା । ତେବେ ସେହି ସ୍ଥାନ ନିକଟରେ ବିଷଧର ସାପ ମଧ୍ୟ ବିତରଣ କରୁଥିବା ଦେଖିବାକୁ ମିଳିଛି ।

କେତେବେଳେ ଆଲୋକ ସ୍ବଳ୍ପତା ଯୋଗୁଁ ମୋବାଇଲ ଲାଇଟର ସହାରା ନିଆଯାଉଥିଲା ତ ଆଉ କେତେବେଳେ ନବଜାତ ଶିଶୁ ଏବଂ ପ୍ରସୂତିଙ୍କ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଡାକ୍ତରଖାନା ଚଟାଣରେ ଆଉଟୁପାଉଟୁ ହେଉଥିଲେ ରୋଗୀ । ଚିକିତ୍ସାଳୟର ସ୍ଥିତି ଦେଖି ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଅନୁମାନ କରାଯାଉଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details