ହାଇଦ୍ରାବାଦ: ଅନ୍ତର୍ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ (INCB) 2007 ରିପୋର୍ଟ ଅନୁଯାୟୀ, ଡ୍ରଗ୍ସ ବ୍ୟବହାର ଦ୍ବାରା ପ୍ରତି ଲୋକଙ୍କ ମୂଲ୍ୟ, ଆଚରଣ ଓ ମନୋବିଜ୍ଞାନ ପ୍ରଭାବିତ ହୋଇପାରେ। ସେଲିବ୍ରିଟିଙ୍କୁ ଏହି ବ୍ୟବହାରରୁ ବିରତ ରଖିବା ଏକ କଠିନ କାର୍ଯ୍ୟ ହୋଇପାରେ କିନ୍ତୁ ଅନେକ ବିଖ୍ୟାତ ବ୍ୟକ୍ତି ପ୍ରାୟତଃ ଡ୍ରଗ୍ସ ଓ ନିଶା ସହିତ ଲଢିଥିବାର ଦୃଷ୍ଟାନ୍ତ ରହିଛି ।
ଗ୍ଲୋବାଲ୍ ବର୍ଡେନ୍ ଅଫ୍ ଡିଜିଜ୍ ଷ୍ଟଡି ରିପୋର୍ଟ ଅନୁଯାୟୀ, 2017ରେ 7,50,000ରୁ ଅଧିକ ମୃତ୍ୟୁ ପାଇଁ ବିଶ୍ବସ୍ତରରେ ବେଆଇନ ଡ୍ରଗ୍ ବ୍ୟବହାର ଦ୍ବାରା ହୋଇଛି । ଏହା ବିଶ୍ବସ୍ତରରେ ହେଉଥିବା ମୃତ୍ୟୁଠାରୁ ଦୁଇଗୁଣ । ଭାରତରେ ଏହା ଜନିତ ମୃତ୍ୟୁ ସଂଖ୍ୟା 22 ହଜାର ଥିଲା ।
ବେଆଇନ ଡ୍ରଗ୍ସ ବ୍ୟବହାର ପ୍ରତିବର୍ଷ 5,85,000ରୁ ଅଧିକ ମୃତ୍ୟୁ ପାଇଁ ଦାୟୀ । 80 ପ୍ରତିଶତ ଲୋକ ଡ୍ରଗ୍ସ କାରଣରୁ ଶ୍ରୀଘ୍ର ମୃତ୍ୟୁବରଣ କରିଥାନ୍ତି । ଅବୈଧ ଔଷଧ ସେବନ ଦ୍ବାରା ଆତ୍ମହତ୍ୟା, ଯକୃତ ରୋଗ, ହେପାଟାଇଟିସ୍, କର୍କଟ ଓ ଏଚଆଇଭି ଭଳି ରୋଗ ମଧ୍ୟ ହୋଇଥାଏ । 2017ରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କ ମଧ୍ୟରୁ 42 ପ୍ରତିଶତ 50 ବର୍ଷରୁ କମ୍ ଥିଲେ ।
ଡ୍ରଗ୍ସ ଦ୍ବାରା ଅଭ୍ୟସ୍ତ 10 ବଲିଉଡ ସେଲିବ୍ରିଟି-
- ସଞ୍ଜୟ ଦତ୍ତଙ୍କ ମାମଲା ଜନସାଧାରଣଙ୍କ ପାଇଁ ଅଜଣା ନୁହେଁ । ଡ୍ରଗ୍ସ ପାଇଁ 1982 ମସିହାରେ ମୁନ୍ନା ଭାଇଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କ ପିତାଙ୍କ ପରାମର୍ଶରେ ଆମେରିକା ଚିକିତ୍ସିତ ହେବାକୁ ଯାଇଥିଲେ । ସେବେଠାରୁ ସେ ଜଣେ ପରିବର୍ତ୍ତିତ ହୋଇଛନ୍ତି । ସେ ଥରେ କହିଥିଲେ ଯେ ଦୁନିଆରେ କୌଣସି ଡ୍ରଗ୍ସ ନାହିଁ ଯାହା ସେ ଏପର୍ଯ୍ୟନ୍ତ ନେଇ ନାହାଁନ୍ତି ।
- ନିଶା ଓ ମଦ୍ୟପାନ ବିରୋଧି ଲଢେଇରେ ପୂଜାଭଟ୍ଟ ଜଣେ ଚର୍ଚ୍ଚିତ ଚେହେରା । ସେ 16 ବର୍ଷ ବୟସରୁ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ ।
- ରକଷ୍ଟାର ଅଭିନେତା ରଣବୀର କପୁର ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ସ୍ବୀକାର କରିଛନ୍ତି ଯେ ସେ ଗଞ୍ଜେଇ ସେବନ କରିଛନ୍ତି । ଯେତେବେଳେ ସେ ଅଭିନୟ ବିଦ୍ୟାଳୟରେ ପଢୁଥିଲେ ନିୟମିତ ଭାବରେ ସେ ଡ୍ରଗ୍ସ ନେଇଛନ୍ତି ।
- ନେପାଳରେ ଜନ୍ମିତ ମନୀଷା କୋଏରାଲା ମଧ୍ୟ କହିଥିଲେ ଯେ ମଦ୍ୟପାନ ଓ ବିଷାକ୍ତ ଡ୍ରଗ୍ସ କିପରି ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଥିଲା । ଯେଉଁଥିପାଇଁ ତାଙ୍କୁ କର୍କଟର ଶିକାର ହେବାକୁ ପଡିଥିଲା ।
- ରାପର୍ ହନି ସିଂ ଗ୍ରାଫିକ୍ ଲିରିକ୍ସ ଓ ରକଷ୍ଟାର ଜୀବନଶୈଳୀ ପାଇଁ ଜଣାଶୁଣା । ଏହାସହ ମଦ୍ୟପାନ ଓ ନିଶା ପାଇଁ ମଧ୍ୟ ଜଣାଶୁଣା । ସେ ଏହାକୁ ନେଇ କହିଥିଲେ ଯେ, ମୁଁ ସ୍ବୀକାର କରୁଛି ଯେ ମୁଁ ବାଇପୋଲାର୍ ଥିଲି ଓ ମଦ୍ୟପ ଥିଲି ।
- ବଲିଉଡରେ ସଫଳତାର ପାହାଚ ଚଢୁଥିବା ଫରିଦିନ୍ ଖାନ ମଧ୍ୟ ନିଶା ସେବନ କରୁଥିଲେ । 2001 ମସିହାରେ ସେ ଏକ ବଡ ବିବାଦ ଘେରରେ ଫସିଯାଇଥିଲେ । ତାଙ୍କ ଘରୁ ମୁମ୍ବାଇ ପୋଲିସ ଡ୍ରଗ୍ସ ଜବତ କରି ଗିରଫ କରିଥିଲା ଏବଂ ପରେ ସେ ଡିଟକ୍ସଫିକେସନ୍ ପାଠ୍ୟକ୍ରମ କରିଥିଲେ। ପରେ ତାଙ୍କୁ ଜାମିନ୍ ମିଳିଥିଲା ।
- ସ୍ବର୍ଗତ ଅଭିନେତ୍ରୀ ସ୍ମିତା ପାଟିଲ ଏବଂ ରାଜ ବାବରଙ୍କ ପୁତ୍ର ପ୍ରତୀକ ବାବର 2008 ମସିହାରେ ଚଳଚ୍ଚିତ୍ର ‘ଧୋବି ଘାଟ’ରେ ଡେବ୍ୟୁ କରିଥିଲେ । ପରେ ସେ ନିଶା ସେବନର ଶିକାର ହୋଇଥିଲେ।
- ପରଭିନ ବାବିଙ୍କର କ୍ୟାରିଅର୍ ବିବାଦରେ ପରିପୂର୍ଣ୍ଣ ରହିଥିଲା । ତାଙ୍କର ଅକାଳ ବିୟୋଗ ପରେ ମଧ୍ୟ ସର୍ବଦା ଲାଇମଲାଇଟରେ ସେ ରହିଆସିଥିଲେ । ମହେଶ ଭଟ୍ଟଙ୍କ ସହ ବ୍ରେକ୍ ଅପ୍ ପରେ ସେ ଏଲଏସଡି ଡ୍ରଗ୍ସର ଶିକାର ହୋଇଥିଲେ ।
- ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରମୋଦ ମହାଜନଙ୍କ ପୁଅ ରାହୁଲ ମହାଜନ ନିଜ ନାଁକୁ ଖରାପ କରିବାରେ ଏକ ପ୍ରକାର ଲାଗିପଡିଥିଲେ ବୋଲି କୁହାଯାଇପାରିବ । ପତ୍ନୀଙ୍କୁ ମାଡ ମାରିବା ଓ କୋକେନ ନେବା ତାଙ୍କର ଯେମିତି ସଉକ୍ ଥିଲା ।
- 2016ର ବହୁ କୋଟି ଏଫେଡ୍ରାଇନ୍ ଡ୍ରଗ୍ସ ମାମଲାରେ ମମତା କୁଲକର୍ଣ୍ଣି ଅଭିଯୁକ୍ତ। ଏହାସହ ତାଙ୍କୁ ପଳାତକ ମଧ୍ୟ ଘୋଷଣା କରାଯାଇଥିଲା ।
ଭାରତରେ ଡ୍ରଗ୍ସର ବ୍ୟବହାର-