ଓଡିଶା

odisha

ETV Bharat / briefs

ସହରରେ ଅପରାଧିକ କାର୍ଯ୍ୟକଳାପ ବଢିଥିବା ଅଭିଯୋଗ, ଏସପିଙ୍କୁ ଭେଟିଲା ବିଜେପି ଯୁବ ମୋର୍ଚ୍ଚା - ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା

ସମ୍ବଲପୁର ଜିଲ୍ଲାର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗରେ ଏସପିଙ୍କୁ ଭେଟିଲା ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ...

ସହରରେ ଅପରାଧିକ କାର୍ଯ୍ୟକଳାପ ବଢିଥିବା ଅଭିଯୋଗ ,ଏସପିଙ୍କୁ ଭେଟିଲା ବିଜେପି ଯୁବ ମୋର୍ଚ୍ଚା
ସହରରେ ଅପରାଧିକ କାର୍ଯ୍ୟକଳାପ ବଢିଥିବା ଅଭିଯୋଗ ,ଏସପିଙ୍କୁ ଭେଟିଲା ବିଜେପି ଯୁବ ମୋର୍ଚ୍ଚା

By

Published : May 17, 2021, 9:21 PM IST

ସମ୍ବଲପୁର: ଜିଲ୍ଲାରେ ଗୋହତ୍ୟା, ବେଆଇନ ବାଂଲାଦେଶୀ ଅନୁପ୍ରବେଶ ଓ ସହରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଲା ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚ। ଏହି ସବୁ ସମସ୍ୟାର ସମାଧାନ ତଥା ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବାକୁ ସ୍ମାରକପତ୍ର ମଧ୍ୟ ମୋର୍ଚ୍ଚା ଦେଇଥିବା ସୂଚନା ରହିଛି ।

ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ବୋଲି ସମ୍ବଲପୁର ବିଜେପି ଅଭିଯୋଗ କରିଛି । ଚୋରି, ଡକାୟତି, ରାହଜାନି, ହତ୍ୟାକାଣ୍ଡ, ଚୋରା ନିଶା କାରବାର, ଦୁଷ୍କର୍ମ, ଚୋରା ବନ୍ଧୁକ ଚାଲାଣ ଭଳି ଅନେକ ଅପରାଧିକ ଘଟଣା ପ୍ରତ୍ୟେକ ଦିନ ଘଟୁଥିବା ବିଜେପି ଅଭିଯୋଗ କରିଛି । ତେବେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଯୁବ ବିଜେପି ଅଭିଯୋଗ କରିବା ସହ ଆଜି ସମ୍ବଲପୁର ଏସପିଙ୍କୁ ଲିଖିତ ଭାବେ ଅବଗତ କରାଇଛି ।


ବର୍ତ୍ତମାନ ପରିପ୍ରେକ୍ଷୀରେ କଡା ଓ କଠୋର ନିୟମ କାନୁନ ରହିଥିବା ସତ୍ତ୍ୱେ ସହରରେ ଗୋଚାଲାଣ, ଗୌହତ୍ୟା ଓ ଗୌମାଂସ ବିକ୍ରି ଅବାଧରେ ଚାଲିଛି । ଏହାସହ ବର୍ତ୍ତମାନ ସହରରେ ବାଲାଂଦେଶୀ ନାଗରିକଙ୍କ ବେଆଇନ ଅନୁପ୍ରବେଶ ମଧ୍ୟ ଏକ ଚିନ୍ତାଜନକ ବିଷୟ । ସହରରେ ନିର୍ଦ୍ଧିଷ୍ଟ କିଛି ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ବାଲାଂଦେଶୀ ଅନୁପ୍ରବେଶକାରୀ ଆସି ରହୁଛନ୍ତି ଓ ଦିନରେ ଛୋଟଛୋଟ ବେପାର ଓ ଦିନମଜୁରିଆ କାମ କରୁଛନ୍ତି ଏବଂ ରାତ୍ରିରେ ଚୋରି ଡକାୟତି ଭଳି କାର୍ଯ୍ୟରେ ଲିପ୍ତ ରହୁଥିବାର ଅନେକ ଅପରାଧିକ ଘଟଣା ସାମ୍ନାକୁ ଆସୁଛି ବୋଲି ବିଜେପି ଅଭିଯୋଗ କରିଛି ।

କିଛି ଅନୁପ୍ରବେଶକାରୀ ସହରର କିଛି ତଳି ଅଞ୍ଚଳରେ ଭଡାରେ ରହୁଥିବାବେଳେ ଅନେକ ସରକାରୀ ଜମି ଜବରଦଖଲ କରି ରହୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ସହରରେ ଘଟୁଥିବା ଅନେକ ଛୋଟ ବଡ଼ ଅନେକ ଘଟଣାରେ ଏମାନଙ୍କର ସମ୍ପୃକ୍ତି ରହିଥିବାର ନଜିର ମଧ୍ୟ ରହିଛି ବୋଲି ବିଜେପି ଯୁବ ମୋର୍ଚ୍ଚା କରିଛି ଅଭିଯୋଗ । ଏହା ସହ ସହରରେ ଲବ ଜିହାଦ ପରି ବିବାଦୀୟ ଘଟଣା ନଜରକୁ ଆସୁଛି ବୋଳି ସମ୍ବଲପୁର ଯୁବ ବିଜେପି ଅଭିଯୋଗ କରିଛି । ଏହି ସବୁ ସମସ୍ୟା ଉପରେ ଦୃଷ୍ଟି ଦେଇ ସମାଧାନ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବାକୁ ସମ୍ବଲପୁର ଏସପିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ଯୁବ ବିଜେପି । ଆଜି ବିଜେପି ଯୁବ ମୋର୍ଚ୍ଚାର ସଭାପତି ଅଶ୍ୱିନୀ ମାଝୀଙ୍କ ନେତୃତ୍ୱରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details