ନୂଆଦିଲ୍ଲୀ: ଗତକାଲି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ବିଜେପିର ବରିଷ୍ଠ ନେତା ଜଗତ ପ୍ରକାଶ ନଡ୍ଡା ଆଜି ଦଳୀୟ ମୁଖ୍ୟାଳୟ ଆସି ଦାୟିତ୍ବ ଗ୍ରହଣ କରିଛନ୍ତି ।
ଦାୟିତ୍ବ ଗ୍ରହଣ କଲେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନିଡ୍ଡା
ଦାୟିତ୍ବ ନେଲେ ନବନିଯୁକ୍ତ ବିଜେପିର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡା । ଗତକାଲି ଛ'ମାସ ପାଇଁ ନଡ୍ଡାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିଲା ବିଜେପି ସଂସଦୀୟ ବୋର୍ଡ ।
ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତା ସଂପାଦକ ଉପସ୍ଥିତିରେ ନଡ୍ଡା କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପ୍ରଥମେ ସଭାପତି ଅମିତ ଶାହା ଦଳୀୟ ମୁଖ୍ୟାଳୟରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ପରେ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ନଡ୍ଡା । ତାଙ୍କୁ ଗତକାଲି ବିଜେପି ସଂସଦୀୟ ବୋର୍ଡ ଆସନ୍ତା ଛ' ମାସ ପାଇଁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିଲେ । ଏହାସହ ତାଙ୍କ ତତ୍ତ୍ବାବଧାନରେ ଦଳର ସଂଗଠନ ପୁନର୍ଗଠନ କରାଯିବ ।