ଓଡିଶା

odisha

ETV Bharat / briefs

ଝୁଲିଲା ବିରୋଧୀ ଦଳ ନେତା ଚୟନ; ନିଷ୍ପତ୍ତି ନେବ କେନ୍ଦ୍ରୀୟ କମିଟି - MLA JAYA MISHRA

କିଏ ହେବ ବିରୋଧୀ ଦଳ ନେତା ନିଷ୍ପତ୍ତି ନେବେ କେନ୍ଦ୍ରୀୟ କମିଟି । ବିଧାନସଭା ଅଧିବେଶନ ପୂର୍ବରୁ ଚୟନ କରିବେ କେନ୍ଦ୍ରୀୟ କମିଟି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 23, 2019, 6:54 PM IST

ଭୁବନେଶ୍ବର: ନିକଟରେ ଶେଷ ହୋଇଛି ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ । ରାଜ୍ୟ ବିଧାନସଭାରେ ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଭୂମିକା ନିଭାଇବ । ତେଣୁ କିଏ ହେବ ବିରୋଧୀ ଦଳ ନେତା ତାହା ଚୟନ କରିବା ପାଇଁ ଆଜି ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା । ସମସ୍ତ ବିଧାୟକଙ୍କ ମତାମତ ଲୋଡାଯାଇଥିଲା , ସମସ୍ତ ବିଧାୟକ ନିଜ ନିଜ ମତ ମଧ୍ୟ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ କିଛି ବିଧାୟକ ଜୟନାରାୟଣ ମିଶ୍ର ହୁଅନ୍ତୁ ବୋଲି ମତ ଦେଇଥିବା ବେଳେ କିଛି ବିଧାୟକ ପ୍ରଦୀପ୍ତ ନାୟକଙ୍କୁ କରାଯାଉ ବୋଲି କହିଥିଲେ । ତେବେ ରାଜ୍ୟ ନେତୃମଣ୍ଡଳି କୌଣସି ନାମ ଉପରେ ମୋହର ମାରି ପାରିନଥିଲେ । ନିଷ୍ପତ୍ତି ଅନୁଯାୟୀ ସମସ୍ତ ମତାମତକୁ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯାଇଛି । କେନ୍ଦ୍ରୀୟ ଟିମ ଯାହାଙ୍କୁ ବି ଚୟନ କରିବେ ତାକୁ ସମସ୍ତ ବିଧାୟକ ମାନିବେ ବୋଲି କହିଛନ୍ତି ଧାମନଗର ବିଧାୟକ ବିଷ୍ଣୁ ସେଠୀ ।

ଏହି ବୈଠକରେ ସମସ୍ତ ନବ ନିର୍ବାଚିତ ବିଧାୟକଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସମେତ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହାସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ସାଂସଦ ସରୋଜା ପାଣ୍ଡେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details