ନୂଆଦିଲ୍ଲୀ: ଆସନ୍ତା 19ତାରିଖରୁ ଆରମ୍ଭ ହେବ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ । ନୂତନ ସରକାର ଗଠନ ହେବାପରେ ଏହା ହେବ ମୋଦି ସରକାରଙ୍କ ପ୍ରଥମ ଲୋକସଭା ଅଧିବେଶନ । ତେବେ ତା ପୂର୍ବରୁ ଆସନ୍ତା 17ତାରିଖରେ ନିଯୁକ୍ତ ହେବେ ଲୋକସଭାର କାମଚଳା ବାଚସ୍ପତି । ତେବେ ଚଳିତ ଅଧିବେଶନରେ ମଧ୍ୟ ପ୍ରଦେଶର ଟିକାମଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ଡକ୍ଟର ବୀରେନ୍ଦ୍ର କୁମାର ହେବେ ଲୋକସଭାର ଅସ୍ଥାୟୀ ବାଚସ୍ପତି ତାଙ୍କୁ ରାଷ୍ଟ୍ରପତି ଶପଥ ପାଠ କରାଇବେ ।
ଡକ୍ଟର ବୀରେନ୍ଦ୍ର କୁମାର ହେବେ ଲୋକସଭାର ଅସ୍ଥାୟୀ ବାଚସ୍ପତି - Dr Virendra Kumar
ଡକ୍ଟର ବୀରେନ୍ଦ୍ର କୁମାର ହେବେ ସପ୍ତଦଶ ଲୋକସଭାର କାମଚଳା ବାଚସ୍ପତି ।

ଫାଇଲ ଫଟୋ
ଏହାପରେ ଅସ୍ଥାୟୀ ବାଚସ୍ପତି ସମସ୍ତ ଲୋକସଭା ସଦସ୍ୟଙ୍କୁ ଶପଥ ପାଠ କରାଇବେ । ପରେ 18ରେ ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ 19ରୁ ଆରମ୍ଭ ହେବ ବଜେଟ ଅଧିବେଶନ ।