ଓଡିଶା

odisha

ETV Bharat / briefs

ରାଜନଗରରେ 6 ଘଣ୍ଟିଆ ବନ୍ଦ ଡାକରା

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିଭଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ଦାବିରେ 6 ଘଣ୍ଟିଆ ରାଜନଗର ବନ୍ଦ ଡାକରା ଦିଆଯାଇଛି ।

By

Published : Jun 21, 2019, 2:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁର୍ତ୍ତି ଭଙ୍ଗା ଘଟଣାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏଥିପାଇଁ ଆଜି(ଶୁକ୍ରବାର) ୬ ଘଣ୍ଟିଆ ରାଜନଗରର ବନ୍ଦ । ରାଜନଗରର ପୂର୍ବତନ ବିଧାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିଭଙ୍ଗା ଘଟଣାକୁ କେନ୍ଦ୍ର କରି ଏହି ବନ୍ଦ ଡାକରା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବିଜୁ ଜନତା ଦଳ, ବିଜୁପ୍ରେମୀ ଓ ରାଜନଗରବାସୀଙ୍କ ତରଫରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଏଥିସହିତ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତକୁ ଶୀଘ୍ର ଗିରଫ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ସୂଚନାଯୋଗ୍ୟ, ରାଜନଗର ବ୍ଲକ ଗର୍ଜ୍ଜନପୁରଠାରେ ବିଜୁ ସ୍ମୃତି ସଂସଦ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡରୁ ଶରୀରକୁ କୌଣସି ଦୁର୍ବୃତ୍ତ ବୁଧବାର ରାତିରେ ଅଲଗା କରି ଦେଇଥିଲା । ଏହାକୁ ପ୍ରତିବାଦ କରି ବୁଧବାର ସନ୍ଧ୍ୟାରେ ବିଜୁ ଜନତା ଦଳର କର୍ମୀମାନେ ରାଜନଗରଠାରେ ରାସ୍ତାରୋକ କରିଥିବା ବେଳେ ଆଜି(ଶୁକ୍ରବାର) 6 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details