ଓଡିଶା

odisha

ETV Bharat / briefs

ବିଜୁ ବାବୁଙ୍କ ସ୍ମୃତିରେ ଫଟୋ ଗ୍ୟାଲେରୀ ଲୋକାର୍ପିତ

ପ୍ରଥମ ଥର ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଏକ ଫଟୋ ଗ୍ୟାଲେରୀ ବା ମ୍ୟୁଜିୟମ ଭୁବନେଶ୍ୱର ସ୍ଥିତ ୟୁନିଟ-2 ଅଶୋକନଗରରେ ଲୋକାର୍ପଣ ହୋଇଛି । ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବାଚସ୍ପତି ଡଃ ସୂର୍ଯ୍ୟ ପାତ୍ର ଯୋଗ ଦେଇଥିଲେ ।

By

Published : Jun 23, 2019, 11:47 PM IST

Updated : Jun 25, 2019, 2:15 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଏଣିକି ଭୁବନେଶ୍ବରବାସୀଙ୍କ ସମେତ ସାରା ଓଡିଶା ଦେଖିବ ବିଜୁ ବାବୁଙ୍କ ଇତିହାସର ଚିତ୍ର । 1929ରୁ 1997 ମସିହାର ପର୍ଯ୍ୟନ୍ତ ଥିବା ଅନେକ ଐତିହାସିକ ଫଟୋ ଚିତ୍ର ରବିବାର ରାଜଧାନୀରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପ୍ରଥମ ଥର ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଏକ ଫଟୋ ଗ୍ୟାଲେରୀ ବା ମ୍ୟୁଜିୟମ ଭୁବନେଶ୍ୱର ସ୍ଥିତ ୟୁନିଟ-2 ଅଶୋକନଗରରେ ଲୋକାର୍ପଣ ହୋଇଛି । ଏହି ମ୍ୟୁଜିୟମରେ ବିଜୁବାବୁଙ୍କ 300ରୁ ଉର୍ଦ୍ଧ୍ବ ଫଟୋ ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଏହି ଫଟୋ ଗ୍ୟାଲେରୀକୁ ସର୍ବସାଧାରଣଙ୍କ ପାଇଁ ଖେଲା ରଖାଯିବା ସହ ସ୍ବର୍ଗତ ବିଜୁ ବାବୁଙ୍କ ଅନେତ ସାମଗ୍ରୀକୁ ସ୍ମୃତି ଆକାରରେ ପ୍ରଦର୍ଶିତ କରାଯିବାର ଯୋଜନା ରହିଛି । ତେବେ ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍ପତି ଡଃ ସୂର୍ଯ୍ୟ ପାତ୍ର ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Jun 25, 2019, 2:15 PM IST

For All Latest Updates

ABOUT THE AUTHOR

...view details