ଭୁବନେଶ୍ବର: ସରିଯାଇଛି ଦେଶରେ ସାଧାରଣ ନିର୍ବାଚନ । ଗଠନ ହୋଇସାରିଛି ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର । କିନ୍ତୁ ରାଜ୍ୟରେ ସରିନାହିଁ ରାଜନୀତି, ଥମିନାହିଁ ଚର୍ଚ୍ଚା । ପୁଣିଥରେ ରାଜନୈତିକ ବାଜିକୁ ଫେରିଛି ବିଜେପୁର।
କାରଣ ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଚିଳି ବ୍ୟତିତ ବିଜେପୁରରୁ ନିର୍ବାଚନ ଲଢିଥିଲେ ଆଉ ଉଭୟ ଆସନରୁ ମଧ୍ୟ ବିଜୟୀ ହୋଇଥିଲେ । ତେବେ ଗତକାଲି ବିଜେପୁର ଆସନରୁ ନବୀନ ଇସ୍ତଫା ଦେବାପରେ ଏବେ ସରଗରମ ହୋଇପଡିଛି ରାଜ୍ଯ ରାଜନୀତି । ପୁଣିଥରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ ।