ଓଡିଶା

odisha

ଲଣ୍ଡା ପାହାଡ଼କୁ ବନୀକରଣ କରିବା ଲକ୍ଷ୍ୟରେ ବ୍ରହ୍ମପୁର ସବୁଜ ବାହିନୀ

By

Published : Sep 14, 2020, 4:20 PM IST

ବ୍ରହ୍ମପୁର ସହର ଉପକଣ୍ଠ କନିଷି ବ୍ଲକ୍ ଅନ୍ତର୍ଗତ ଆମପୁର ଲଣ୍ଡା ପାହାଡ଼ ଏବଂ ବିଜେ କାଳୀ ଓ ଗୋକେର୍ଣ୍ଣଶ୍ୱର ଶୈବ ମନ୍ଦିର ଚର୍ତୁପାର୍ଶ୍ବରେ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଓ ମୃତ୍ତିକା ମିଶ୍ରିତ ମଞ୍ଜି ଗୋଳା ନିକ୍ଷେପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଲଣ୍ଡା ପାହାଡ଼କୁ ବନୀକରଣ କରିବା ଲକ୍ଷ୍ୟରେ ବ୍ରହ୍ମପୁର ସବୁଜ ବାହିନୀ
ଲଣ୍ଡା ପାହାଡ଼କୁ ବନୀକରଣ କରିବା ଲକ୍ଷ୍ୟରେ ବ୍ରହ୍ମପୁର ସବୁଜ ବାହିନୀ

ବ୍ରହ୍ମପୁର: ସାରା ବିଶ୍ୱରେ ପରିବେଶକୁ ନେଇ ଚିନ୍ତା ପ୍ରକଟ ହେଉଥିବାବେଳେ ଜଙ୍ଗଲ ସୁରକ୍ଷା ସାଙ୍ଗକୁ ପରିବେଶକୁ ସନ୍ତୁଳନ ରଖିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଜଙ୍ଗଲ ସୁରକ୍ଷା ପାଇଁ ବୃକ୍ଷରୋପଣ, ଜଙ୍ଗଲ ସଂରକ୍ଷଣ କରିବା ସମସ୍ତଙ୍କ କର୍ତ୍ତବ୍ୟ । ଏନେଇ ବ୍ରହ୍ମପୁର ସହର ଉପକଣ୍ଠ କନିଷି ବ୍ଲକ୍ ଅନ୍ତର୍ଗତ ଆମପୁର ଲଣ୍ଡା ପାହାଡ଼ରେ ଏବଂ ବିଜେ କାଳୀ ଓ ଗୋକେର୍ଣ୍ଣଶ୍ୱର ଶୈବ ମନ୍ଦିର ଚର୍ତୁପାର୍ଶ୍ବରେ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଓ ମୃତ୍ତିକା ମିଶ୍ରିତ ମଞ୍ଜି ଗୋଳା ନିକ୍ଷେପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସବୁଜ ବାହିନୀ ପକ୍ଷରୁ ଏହି ଅବସରରେ ପିଜୁଳି, ବାହାଡା, ଶାହାଡା, ନର କୋଳି, ଜାମୁକୋଳି, ବେଲ, ପଣସ, ସୀତା ଫଳ, ଡାଳିମ୍ବ, ବାଦାମ, ଗୁଆ ଏଭଳି ବିଭିନ୍ନ କିସମର ପଚାଶ ଗୋଟି ଚାରା ରୋପଣ କରାଯାଇଥିଲା । ଏଥିସହ ବିଭିନ୍ନ ରକମର ମଞ୍ଜିକୁ ପାହାଡ ଆଖ ପାଖରେ ଫୋପାଡି ଦିଆଯାଇଥିଲା ।

ତେବେ ଏହି କାର୍ଯ୍ୟକ୍ରମରେ ସଭାପତି ଶିବରାମ ପାଣିଗ୍ରାହୀ,ଏ ପ୍ରକାଶ ,ଶିବରାମ ବେହେରା ,ମହନ୍ତ ନିତ୍ୟଗୋପାଳ ଦାସ୍, ପ୍ରସନ୍ନ କୁମାର ସ୍ବାଇଁ , ପ୍ରଣୟ କୁମାର ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details