ସମ୍ବଲପୁର: ଅକାରଣେ ପ୍ରାଣ ହାରୁଛନ୍ତି ଜଙ୍ଗଲୀ ଜନ୍ତୁ । ଖାଦ୍ୟ ଅନୁସନ୍ଧାନରେ ଆସି ବିଦ୍ୟୁତ ଆଘାତରେ ମଲା ଭାଲୁ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ରେଞ୍ଜ ବିନ୍ଦପୁର ଗାଁରେ । ସକାଳୁ ଏକ ଭାଲୁର ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଓ ଶକ୍ତି ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରିଥିଲେ ।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ - ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ରେଞ୍ଜ ବିନ୍ଦପୁର ଗାଁରେ । ଅଧିକ ପଢନ୍ତୁ...
![ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ](https://etvbharatimages.akamaized.net/etvbharat/prod-images/768-512-01:44:07:1593418447-od-sam-02-bear-died-of-electric-shock-dry-7202776-29062020133909-2906f-1593418149-274.jpg)
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ
ତେବେ ଗତ ରାତିରେ ବର୍ଷା ପବନ ଯୋଗୁଁ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁଟି ମୃତ୍ୟୁ ବରଣ କରିଥିବା ଚର୍ଚ୍ଚା ହେଉଛି । କାରଣ ମୃତ ଭାଲୁଟି ତାରକୁ କାମୁଡିଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାଟି ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଲ ବନଖଣ୍ଡ ଅଧୀନରେ ଘଟିଛି ।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ