କଳାହାଣ୍ଡି: ନୂଆପଡା ଜିଲ୍ଲା କୋମନା ବ୍ଲକରେ 2004-05ରେ ପାଣି ଫ୍ରିଜର ଯୋଗାଣରେ ବିଧାୟକ ପାଣ୍ଠି ଅର୍ଥ ଅନିୟମିତତା ନେଇ ରାୟ ଶୁଣାଇଲେ କଳାହାଣ୍ଡିର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ମାମଲାରେ ସମ୍ପୃକ୍ତ ଥିବା ବିଡିଓ, ଅଡିଟର ଓ ସପ୍ଲାୟରକୁ ଜେଲ ଦଣ୍ଡାଦେଶ ଶୁଣାଇବା ସହ ଅର୍ଥ ଜୋରିମାନା କରିଛନ୍ତି ।
ବିଧାୟକ ପାଣ୍ଠି ଅର୍ଥ ହେରଫେର ମାମଲା, ଭିଜିଲାନ୍ସ କୋର୍ଟଙ୍କ ରାୟ ପ୍ରକାଶ - bdo
2004-05ରେ ପାଣି ଫ୍ରିଜର ଯୋଗାଣରେ ବିଧାୟକ ପାଣ୍ଠି ଅର୍ଥ ଅନିୟମିତତା ନେଇ ରାୟ ଶୁଣାଇଲେ କଳାହାଣ୍ଡିର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ଜିଲ୍ଲାର ତତ୍କାଳୀନ ବିଡିଓ ପ୍ରଦୀପ ବେହେରା, ଅଡିଟର ଦିନେଶ୍ବର ଦୁରିଆଙ୍କୁ 1 ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ 1 ଲକ୍ଷ 25 ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଏଥିସହିତ ସପ୍ଲାୟର ତାରାଚନ୍ଦ ଅଗ୍ରୱାଲଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ସହ 1 ଲକ୍ଷ 25 ହଜାର ଟଙ୍କା ଜୋରିମାନା ହୋଇଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ