ଓଡିଶା

odisha

ETV Bharat / briefs

ନୂତନ ରିଲିଫ ଆଇନ ପ୍ରଣୟନ ନେଇ ସଚିବାଳୟ ଘେରିବ ବସ୍ତି ସୁରକ୍ଷା ମଞ୍ଚ - ବସ୍ତି ସୁରକ୍ଷା ମଞ୍ଚ

ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି ଯେ ' ରିଲିଫ କୋଡ଼ ଅନୁସାରେ' ବାତ୍ୟା କ୍ଷତିଗ୍ରସ୍ତ ଓ ପ୍ରଭାବିତ ପରିବାରଙ୍କୁ ସହାୟତା ଓ ପକ୍କା ଘର ଯୋଗାଇ ଦିଆଯିବ । ଏପଟେ ରିଲିଫ କୋଡ ଅନୁସାରେ ଜମି ପଟ୍ଟା ନଥିବା ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇ ପାରିବ ନାହିଁ । ତେଣୁ  ରାଜ୍ୟ ସରକାର ନୂତନ ରିଲିଫ ଆଇନ ପ୍ରଣୟନ ନେଇ ଜୁନ ୪ ତାରିଖରେ ସଚିବାଳୟ ଘେରିବ ବସ୍ତି ସୁରକ୍ଷା ମଞ୍ଚ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 21, 2019, 7:39 PM IST

ଭୁବନେଶ୍ବର: ଜୁନ ୪ ତାରିଖରେ ସଚିବାଳୟ ଘେରିବ ବସ୍ତି ସୁରକ୍ଷା ମଞ୍ଚ । ଏନେଇ ବସ୍ତି ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦିକା ପ୍ରମିଳା ବେହେରା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରିଲିଫ କୋଡରେ ସଂଶୋଧନ କରି ରାଜ୍ୟ ସରକାର ସବୁ ଫନି କ୍ଷତିଗ୍ରସ୍ତ ବସ୍ତିବାସିନ୍ଦା ଏବଂ ଜମି ପଟ୍ଟା ନଥିବା ସମସ୍ତ ଗରିବ ପରିବାରକୁ ଗୃହ ନିର୍ମାଣ ସହାୟତା ଓ ବାତ୍ୟା ବନ୍ୟା ନିରୋଧକ ପକ୍କା ଘର ଯୋଗାଇ ଦେବା ଆଇନ ପ୍ରଣୟନ କରିବା ଆଦି ଦାବି ନେଇ ସଚିବାଳୟ ଘେରିବ ବସ୍ତି ସୁରକ୍ଷା ମଞ୍ଚ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗ୍ରାମାଞ୍ଚଳରେ ଥିବା ୯୦ ଭାଗ କଚ୍ଚାଘର ଭାଙ୍ଗି ଯାଇଛି । ଯଦିଓ ରାଜ୍ୟ ସରକାର ମୌଖିକ ଘୋଷଣା କରିଛନ୍ତି ସବୁ ବାତ୍ୟା କ୍ଷତିଗ୍ରସ୍ତ ଓ ପ୍ରଭାବିତ ପରିବାରଙ୍କୁ ସହାୟତା ଓ ପକ୍କା ଘର ଯୋଗାଇ ଦେବେ । କିନ୍ତୁ ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ' ରିଲିଫ କୋଡ଼ ଅନୁସାରେ' ଏହି ସହାୟତା ମିଳିବ । ଏପଟେ ରିଲିଫ କୋଡ ଅନୁସାରେ ଜମି ପଟ୍ଟା ନଥିବା ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇ ପାରିବ ନାହିଁ । ତେଣୁ ରାଜ୍ୟ ସରକାର ନୂତନ ରିଲିଫ ଆଇନ ପ୍ରଣୟନ କରନ୍ତୁ । ଯାହାଦ୍ବାରା ସମସ୍ତ କ୍ଷତିଗ୍ରସ୍ତ ଉପକୃତ ହୋଇପାରିବେ ବୋଲି ପ୍ରମିଳା କହିଛନ୍ତି ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details