ଓଡିଶା

odisha

ETV Bharat / briefs

ଚକ୍ରବ୍ୟୁହ ଭେଦି ବିଜେଡି ଗଡ ଦଖଲ କଲେ ସୁରେଶ

ବିଜେପି ବରଗଡ ଲୋକସଭା ଦଖଲ ପରେ ଚେତାଶୂନ୍ୟ ହୋଇପଡିଛି ବିଜେଡି । ଦଳ ଏବେ ପରାଜୟର କାରଣ ଖୋଜୁଥିବା ବେଳେ ବିଜେପି ବିଜୟ ଉତ୍ସବ ମନାଉଛି ।

By

Published : May 26, 2019, 12:04 AM IST

ଫାଇଲ ଫଟୋ

ବରଗଡ: ସରିଯାଇଛି ନିର୍ବାଚନ, ଏବେ ଚାଲିଛି ଜୟ ପରାଜୟର ହିସାବ ନିକାସ । ସବୁ ନିର୍ବାଚନରୁ ଚଳିତ ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଥିଲା । କ୍ଷମତା ଲଢେଇ ବନାମ ବିକାଶ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଥିଲା । ଆଉ ଶେଷରେ ଜନତା ନିଜ ସରକାର ବାଛିଲେ । ହେଲେ ଏହି ନିର୍ବାଚନ ଅନେକ ଇତିହାସ ସୃଷ୍ଟି କରିଛି କାହାକୁ ଅକସ୍ମାତ ବିଜୟ ଆଣିଦେଇଛିତ କାହାକୁ ସୁ-ନିଶ୍ଚିତ ବିଜୟରୁ ବଞ୍ଚିତ କରିଛି । ପୁଣି କିଏ ଆଶା ଠାରୁ ଅଧିକ ଭୋଟ ପାଇଥିବା ବେଳେ ଆଉ କାହାର ଗଣିତ ପୁରା ଓଲଟ ପାଟ ହୋଇଯାଇଛି। ଏମିତି କିଛି ଫଳାଫଳ ଏବେ ରାଜ୍ୟ ରାଜନୀତିରେ ଚର୍ଚା ଲାଗିରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ


ସବୁଠାରୁ ଏବେ ଚର୍ଚ୍ଚାରେ ଅଛି ପଶ୍ଚିମ ଓଡିଶାର ଏକ ଗୁରୁତ୍ବପୂର୍ଣ୍ଣ ଲୋକସଭା ଆସନ ବରଗଡ । ଏହି ଲୋକସଭାର ଫଳାଫଳ ରାଜନୈତିକ ପଣ୍ଡିତଙ୍କ ସବୁ ଅଙ୍କ ବିଗାଡି ଦେଇଛି । ଏଠି କିଛି ଆଶ୍ଚର୍ଯ୍ୟ କଲାଭଳି ଜନମତ ଆସିଛି ଏହି ଲୋକସଭା ଆସନ ଦଖଲ ପାଇଁ କୌଣସି ମହାଭାରତ ଲଢେଇ ଠାରୁ କମ ନଥିଲା । ଶାସକ ବିଜେଡି ପୁରାଦମରେ ଏଠି ନିର୍ବାଚନ ଲଢିଥିଲା । ଆଉ ଯେତେବେଳେ ନବୀନ ପଟ୍ଟନାୟକ ଖୋଦ ଏଠି ନିର୍ବାଚନ ଲଢିଲେ ବିରୋଧୀଙ୍କ ସବୁ ଅଙ୍କ ବିଗିଡି ଯାଇଥିଲା ।

ଆଉ ବିଜେଡି ଲୋକସଭା ଦଖଲ ପାଇଁ ଦଳର ହେଭିୱେଟ ତଥା ପ୍ରବୀଣ ରାଜନୀତିଜ୍ଞ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏଠି ମୈଦାନକୁ ଛାଡିଥିଲା । ଗୈରିକ ଦଳ ଏହି ଆସନ ଦଖଲ ପାଇଁ ନିଜର ଫ୍ରଣ୍ଟ ଫୁଟ ପ୍ଲେୟାର ସୁରେଶ ପୁଝାରୀଙ୍କୁ ବ୍ୟାଟିଙ୍ଗ କରିବା ପାଇଁ ଛାଡିଥିଲା । ଆଉ ସୁରେଶ ପୁଝାରୀଙ୍କୁ ମୈଦାନରେ ଦେଖି ବିରୋଧୀ ଦଳ ସମେତ ବହୁ ରାଜନୀତି ବିଶେଜ୍ଞ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ସମସ୍ତଙ୍କ ଧାରଣ ଥିଲା ସୁରେଶ ପୁଝାରୀ ଫାଷ୍ଟ ବଲରେ ହିଁ କ୍ଲିନ ବୋଲ୍ଡ ହେବେ । କାରଣ ବରଗଡ ଲୋକସଭା ଆସନ ଅଧିନ ସମସ୍ତ 7ଗୋଟି ବିଧାନସଭା ଆସନରେ 7ବିଜେଡିର ପ୍ରଭାବ ଯଥେଷ୍ଟ ଥିଲା । ଆଉ ମୁଖ୍ୟମନ୍ତ୍ରୀ ପୁଣି ବିଜେପୁରରୁ ନିର୍ବାଚନ ଲଢୁଥିଲେଓ ଲୋକସଭା ପ୍ରାର୍ଥୀ ଥିଲେ ପଶ୍ଚିମ ଓଡିଶା ରାଜନୀତିକୁ ଭଲଭାବେ ବୁଝିଥିବା ଶକ୍ତିଶାଳୀ ପ୍ରସନ୍ନ । ସୁରେଶଙ୍କୁ ମାତ ଦେବା ପାଇଁ ଏଠି ବିଜେଡି ପୁରା ଯୋଜନା ବଦ୍ଧ ଭାବେ ଚକ୍ରବ୍ୟୁହ ରଚିଥିଲା । ଆଉଦଳର ରଥି ମହାରଥିଙ୍କୁ ଏଠି ଦାୟିତ୍ବ ଦେଇ ସୁରେଶଙ୍କୁ ଅଟକାଇବା ପାଇଁ ଷଡଯନ୍ତ୍ର କରିଥିଲା ।

କିନ୍ତୁ ରାଜନୀତିର କଠିନ ପିଚରେ ଖେଳିବା ଅଭ୍ୟସ୍ତ ଥିବା ସୁରେଶ ବିଜେଡିର ଚକ୍ରବ୍ୟୁହକୁ ଠିକ ବୁଝିପାରିଥିଲେ । ଆଉ ମୋଦି ଲହରକୁ ପାଥେୟ କରି ନିଜ ଦକ୍ଷତା ଦେଖାଇ ଏକପ୍ରକାର ଏକତରଫା ଭାବେ ବିଜୟ ସୁ-ନିଶ୍ଚିତ କରିଥିଲେ । ଆଉ ବିଜେପିର ଏପରି ବିଜୟ ଦେଖି ବିଜେଡି ଚେତାଶୁନ୍ଯ ।

ଖୋଦ ପ୍ରସନ୍ନ ସ୍ବୀକାର କରିଛନ୍ତି ବିଜେପି ଲହର ଏଠି କାମ କରିଛି ଆଉ ଜନସାଧାରଣ ମୋଦିଙ୍କ ନେତୃତ୍ବକୁ ସ୍ବୀକାର କରି ଲୋକସଭା ପାଇଁ ଭୋଟ ଦେଇଛନ୍ତି । ସ୍ନେହାଙ୍ଗୀନି ଛୁରିଆ କହିଛନ୍ତି ଦଳ 7ଟି ଲୋକସଭା ଆସନ ବିଜୟ ସ୍ବତ୍ବେ ଲୋକସଭାରେ ହାରିବା କେଉଁଠି ନା କେଉଁଠି ଭୁଲ ରହିଛି ଯାହା ଆଗାମୀ ଦିନରେ ସମୀକ୍ଷା କରାଯିବ ।

ହେଲେ ରାଜନୈତିକ ହିସାବ କିନ୍ତୁ ଅଲଗା କିଛି କହୁଛି ପ୍ରସନ୍ନ ବିଗତ ଦିନମାନଙ୍କରେ ଦେଇଥିବା ବିବାଦୀୟ ବୟାନ ସହ ବ୍ଯକ୍ତିଗତ ଦକ୍ଷତାରେ ମଳିନ ପଡିଛି ଏବଂ ମୋଦିଙ୍କ ପ୍ରଭାବ ମଧ୍ୟ କାମ କରିଛି ତେଣୁ ସୁରେଶ ବିଜୟୀ ହୋଇଛନ୍ତି । ସୂଚନା ଯୋଗ୍ୟଯେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬୩ ହଜାର ୯୩୯ ଭୋଟ ବ୍ଯବଧାନରେ ପରାଜିତ କରିଛନ୍ତି ।


ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details