କଳାହାଣ୍ଡି: ଚାଷୀମାନେ ଠିକ ସମୟରେ ଓ ସୁବିଧାରେ ଚାଷକାମ କରିବା ପାଇଁ ସରକାର ୧ ପ୍ରତିଶତ ସୁଧରେ ବ୍ୟାଙ୍କ ଜରିଆରେ କେସିସି କିଶାନ କ୍ରେଡିଟ କାର୍ଡ ଋଣ ଯୋଗାଉଛନ୍ତି । ମାତ୍ର ଏହି ଋଣ ହାତେଇବା ସମୟରେ ହୋଇଛି ବ୍ୟାପକ ଅନିୟମିତତା ।
ଏଠାରେ ଗ୍ରାମର କିଛି ସ୍ଥାନୀୟ ଦଲାଲ ଚାଷୀଙ୍କୁ କେସିସି ରୁଣ କରାଇଦେବା ନାଁରେ ତାଙ୍କଠାରୁ ୧୦ ରୁ ୧୫ ହଜାର ଟଙ୍କା ହଡପ କରିଛନ୍ତି । ଏହାସହ ନକଲି ଆରଓଆରଇସି ଏବଂ ଭୋଟର ପରିଚୟପତ୍ର ଦେଇ ଭବାନୀପାଟଣା କର୍ପୋରେସନ ବ୍ୟାଙ୍କରୁ ପ୍ରାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଋଣ ହାତେଇଥିବା ଅଭିଯୋଗ ହୋଇଛି । ଏହା ହେଉଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଘଟଣା ।