ଓଡିଶା

odisha

ETV Bharat / briefs

ସାଂସଦ ପାଣ୍ଠିକୁ ଗୁଣାତ୍ମକ ଶିକ୍ଷାପାଇଁ ଖର୍ଚ୍ଚ କରିବି: ସମରେନ୍ଦ୍ର ମିଶ୍ର

ବଲାଙ୍ଗୀର ଲୋକସଭା ଆସନ ପାଇଁ ଏଥର ମଧ୍ୟ ତ୍ରିମୁଖି ଲଢେଇ ହେଉଥିବା ବେଳେ ଶାସକ ଦଳରୁ ପ୍ରାର୍ଥୀ ହୋଇଛନ୍ତି ବର୍ତ୍ତମାନର ସାଂସଦ କଳିକେଶ ନାରାୟଣ ସିଂଦେଓ, ବିଜେପି ନିଜ ପୁରୁଣା ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓଙ୍କୁ ମୈଦାନକୁ ଆଣିଥିବାବେଳେ ଏହି ଦୁଇ ରାଜ ପରିବାରର ପ୍ରାର୍ଥୀଙ୍କୁ ଟକ୍କର ଦେବେ କଂଗ୍ରେସର ବରିଷ୍ଠ ନେତା ତଥା ନରସିଂହଙ୍କ ପୁତ୍ର ସମରେନ୍ଦ୍ର ମିଶ୍ର । ଏହି ଆସନରେ ସମରେନ୍ଦ୍ର ମିଶ୍ର ପ୍ରଥମ ଥର ନିର୍ବାଚନ ଲଢୁଥିଲେ ମଧ୍ୟ ଅପରିଚିତ ଚେହେରା ନୁହଁନ୍ତି ।

By

Published : Apr 2, 2019, 1:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟରେ ହଲ୍ଲାବୋଲ୍ ଚାଲିଥିବା ବେଳେ ନେତା, ଅଭିନେତା, ମନ୍ତ୍ରୀ, ବିଧାୟକ ସମସ୍ତେ ନିର୍ବାଚନ ପ୍ରଚାର ମୈଦାନରେ । ସବୁଦଳର ପ୍ରାର୍ଥୀ ଭୋଟରଙ୍କ ଆଗରେ ପ୍ରତିଶୃତିର ଲମ୍ବା ତାଳିକା ରଖୁଛନ୍ତି । ଏବେ ସାରା ରାଜ୍ୟରେ ନିର୍ବାଚନ ପ୍ରଚାର ଯୋରଦାର ଚାଲିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ବଲାଙ୍ଗୀର ଲୋକସଭା ଓ ଏହାର ଅଧିନସ୍ଥ ସମସ୍ତ ବିଧାନସଭା ନିର୍ବାଚନ ପାଇଁ ସବୁଦଳ ଦମ୍ ଲଗାଇ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର ଲୋକସଭା ଆସନ ପାଇଁ ଏଥର ମଧ୍ୟ ତ୍ରିମୁଖି ଲଢେଇ ହେଉଥିବା ବେଳେ ଶାସକ ଦଳରୁ ପ୍ରାର୍ଥୀ ହୋଇଛନ୍ତି ବର୍ତ୍ତମାନର ସାଂସଦ କଳିକେଶ ନାରାୟଣ ସିଂଦେଓ, ବିଜେପି ନିଜ ପୁରୁଣା ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓଙ୍କୁ ମୈଦାନକୁ ଆଣିଥିବାବେଳେ ଏହି ଦୁଇ ରାଜ ପରିବାରର ପ୍ରାର୍ଥୀଙ୍କୁ ଟକ୍କର ଦେବେ କଂଗ୍ରେସର ବରିଷ୍ଠ ନେତା ତଥା ନରସିଂହଙ୍କ ପୁତ୍ର ସମରେନ୍ଦ୍ର ମିଶ୍ର । ଏହି ଆସନରେ ସମରେନ୍ଦ୍ର ମିଶ୍ର ପ୍ରଥମ ଥର ନିର୍ବାଚନ ଲଢୁଥିଲେ ମଧ୍ୟ ଅପରିଚିତଚେହେରା ନୁହଁନ୍ତି ।

ବର୍ତ୍ତମାନ ସମରେନ୍ଦ୍ର ମିଶ୍ର ପ୍ରଚାର ଅଭିଯାନକୁ ଯୋରଦାର କରିବା ସହ ବିଜୟୀ ହେଲେ ବଲାଙ୍ଗୀର ପାଇଁ ଅନେକ କିଛି କାର୍ଯ୍ୟ କରିବେ ବୋଲି କହିଛନ୍ତି । ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପାଞ୍ଚଟି ପ୍ରଶ୍ନ ନେତାଙ୍କୁ’ ନେତାଙ୍କୁ କାର୍ଯ୍ୟକ୍ରମରେ ଭାଗ ନେଇ ସମରେନ୍ଦ୍ର କହିଛନ୍ତି ବଲାଙ୍ଗୀର ଏକ ଅନୁନ୍ନତ ଶିଳ୍ପ ବିହୀନ ଅଞ୍ଚଳ ।


ସେ କହିଛନ୍ତି ବଲାଙ୍ଗୀରରୁ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି, କେମିତି ଲୋକେ ଦାଦନ ଖଟିବାକୁ ନଯିବେ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବେ। ଏହାସହ ବଲାଙ୍ଗୀର ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଜିଲ୍ଲାର ଜୀବନ ରେଖା ଲୋୟର ସୁକତେଲ ପ୍ରକଳ୍ପ କେମିତି ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ଓ ଲୋକଙ୍କୁ କର୍ମ ଯୋଗାଇ ଦିଆଯିବ ତାହା ଉପରେ କାମ କରିବି ବୋଲି କହିଛନ୍ତି ।

ଏଥିସହ ବଲାଙ୍ଗୀର-ଖୋର୍ଦ୍ଧାରେଳ ଲାଇନ, ବଲାଙ୍ଗୀର ବାଇପାସ କିଭଲି ଶେଷ ହୋଇପାରିବ ସେନେଇ ସରକାରଙ୍କ ନିକଟରେ ଦାବି ରଖିବେ ବୋଲି କହିଛନ୍ତି । ସମରେନ୍ଦ୍ର କହିଛନ୍ତି ଯଦି ସେ ବିଜୟୀ ହୁଅନ୍ତି ସାଂସଦ ପାଣ୍ଠିକୁ କେବଳ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଖର୍ଚ୍ଚ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details