କଟକ: ପ୍ରବାସୀଙ୍କ ଫେରିବା ପରେ ଏବେ ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ଚିନ୍ତାରେ ସରକାର । ଏପଟେ କଟକ ମହାନଗର ନିଗମରେ ଆଜି(ଶନିବାର) ୪୩ଟି ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨୭ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନରୁ ଏବଂ 11 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
କଟକ ମହାନଗର ନିଗମରୁ ପୁଣି ୪୩ କୋରୋନା ଚିହ୍ନଟ, ମୋଟ ୯୪୯କୁ ବୃଦ୍ଧି - CMC
କଟକ ମହାନଗର ନିଗମରେ ଆଜି(ଶନିବାର) ୪୩ଟି ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨୭ ଜଣ ହୋମକ୍ୱାରେଣ୍ଟାଇନ, ୫ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନରୁ ଏବଂ 11 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...
ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସୁତାହାଟ ଉପର ସାହି ଅଞ୍ଚଳରୁ ଜଣେ, ବକ୍ସିବଜାର ଅଞ୍ଚଳରୁ ଜଣେ, ତେଲେଙ୍ଗାବଜାର ଅଞ୍ଚଳର ଜଣେ, ମଧୁପାଟଣା ଅଞ୍ଚଳର ଜଣେ(କୋଭିଡ ଯୋଦ୍ଧା), ସଗାଡ଼ିଆ ସାହି ଅଞ୍ଚଳର ଜଣେ, ସାମନ୍ତ ସାହିର ଜଣେ, ବିଡାନାସି ଅଞ୍ଚଳର ଜଣେ, ବକ୍ସିବଜାର ଅଞ୍ଚଳର ଜଣେ(କୋଭିଡ ଯୋଦ୍ଧା), ସାମନ୍ତସାହି ଅଞ୍ଚଳର ଜଣେ , ମାଲଗୋଦାମ ବେହେରା ସାହି ଅଞ୍ଚଳର ଜଣେ ବୋଲି ଜଣା ପଡ଼ିଛି । ଏ
ପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୭୮ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧୦ ଜଣଙ୍କର ମୃତୁ ଘଟିଛି। ସେହିପରି ୪୬୧ ଜଣ ସକ୍ରିୟ ଅଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ