ଭୁବନେଶ୍ବର: ଆସିଲା ରାଜ୍ୟର କୋରୋନା ସୁସ୍ଥ ରିପୋର୍ଟ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁଯାୟୀ ସୋମବାର ରାଜ୍ୟରୁ ଆଉ 11,614 ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି । ସୋମବାର ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଏହି ସଂଖ୍ୟାକୁ ମିଶାଇରେ ରାଜ୍ୟରେ ଏଯାବତ କୋରୋନାରୁ ସୁସ୍ଥ ହୋଇଥିବା ମୋଟ ସଂଖ୍ୟା 6,01,224ରେ ପହଞ୍ଚିଛି ।
ସୁସ୍ଥ ତାଲିକାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1407 ଜଣ ରହିଛନ୍ତି । ସୁନ୍ଦରଗଡରୁ 1206, କଟକରୁ 1180, ଅନୁଗୋଳରୁ 703, ସମ୍ବଲପୁରରୁ 552, ବରଗଡରୁ 412, ବଲାଙ୍ଗୀରରୁ 400, ପୁରୀରୁ 389, ମୟୂରଭଞ୍ଜରୁ 388, କଳାହାଣ୍ଡିରୁ 375 ଓ ଯାଜପୁରରୁ 349 ଜଣ ସୁସ୍ଥ ହୋଇଛନ୍ତି ।