ଓଡିଶା

odisha

ETV Bharat / briefs

ଫୁଲ ତୋଳିବା ହେଲା କାଳ, ବଜ୍ରାଘାତରେ ବୃଦ୍ଧ ମୃତ - lightening death

ପୂଜା ପାଇଁ କଢ ତୋଳିବାକୁ ଯାଇ ବଜ୍ରାଘାତର ଶିକାର ହେଲେ ବୃଦ୍ଧ । ଏଭଳି ଅଘଟଣ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗରଜଙ୍ଗା ଗ୍ରାମରେ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jun 7, 2019, 6:22 AM IST

କେନ୍ଦ୍ରାପଡା: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବର୍ଷା ସହ ବଜ୍ରପାତ କାରଣରୁ ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗରଜଙ୍ଗା ଗ୍ରାମରେ ମଧ୍ୟ ଘଟିଛି । ଫୁଲ ତୋଳିବା ବେଳେ ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଗରଜଙ୍ଗା ଗ୍ରାମର ଶରତଚନ୍ଦ୍ର ମହାନ୍ତି ।

ସୂଚନାନୁସାରେ, ଶରତ ଆଜି ସକାଳେ ପୂଜା ପାଇଁ ଗୁରୁବାର ଅପରାହ୍ନରେ କଢ ତୋଳିବାକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ଶରତ ସେଠାରେ ଟଳି ପଡିଥିଲେ ।

ଗ୍ରାମର କିଛି ଲୋକ ଦେଖି ଶରତଙ୍କ ପରିବାରକୁ ଖବର ଦେଇଥିଲେ । ଖବର ପାଇ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ମାର୍ଶାଘାଇ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତର ସେଠାରେ ଶରତଙ୍କୁ ମୃତ ଘୋଷଣା କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details