ୱାସିଂଟନ: ଆମେରିକା ସଂସଦର ଏକ କମିଟି ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ସଙ୍କଳ୍ପ ପାରିତ କରିଛନ୍ତି। ଏହା ଅଧୀନରେ ମହାତ୍ମା ଗାନ୍ଧୀ ଓ ଆମେରିକାରେ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିଅରଙ୍କ ବିଚାରଧାରାକୁ ଆଗକୁ ବଢାଯିବ । ଯୁବକମାନଙ୍କ ମଧ୍ୟରେ ସେମାନଙ୍କ ବାର୍ତ୍ତାକୁ ସଠିକ୍ ଭାବରେ ପ୍ରତିଷ୍ଠିତ କରାଯିବ । ନିକଟରେ ଆମେରିକୀୟ ନାଗରିକ ଅଧିକାର ଆଇକନ୍ ଜନ୍ ଲୁଇଙ୍କର ଦେହାନ୍ତ ହୋଇଛି । ଏହି ଅବସରରେ ଏହି ପ୍ରସ୍ତାବକୁ ଆମେରିକୀୟ ସଂସଦୀୟ କମିଟି ପାରିତ କରିଛି।
ଏହି ପ୍ରସ୍ତାବକୁ ଭାରତୀୟ-ଆମେରିକୀୟ କଂଗ୍ରେସ କର୍ମୀ ଏମି ବେରା ମଧ୍ୟ ସମର୍ଥନ କରିଛନ୍ତି । ଏହା ପରେ ଗୃହ ବୈଦେଶିକ ବ୍ୟାପାର କମିଟି ଗାନ୍ଧୀ-କିଙ୍ଗ ଏକ୍ସଚେଞ୍ଜ ଆକ୍ଟକୁ ଅନୁମୋଦନ କରିଛି। ଏହା ଅଧିନରେ ଭାରତ ଓ ଆମେରିକାରେ ମହାତ୍ମା ଗାନ୍ଧୀ ଓ ମାର୍ଟିନ ଲୁଥର କିଙ୍ଗ ଜୁନିଅରଙ୍କ ବିଷୟରେ ଅଧିକ ପଢାଯିବ ।