ଓଡିଶା

odisha

By

Published : Apr 30, 2021, 9:18 PM IST

ETV Bharat / briefs

ମାହାଙ୍ଗା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ !

ମାହାଙ୍ଗା ସାଲେପୁର ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ! ଘରେ କେହି ନଥିବା ବେଳେ 4 ରୁ 5 ଜଣ ଅସାମାଜିକ ବ୍ୟକ୍ତି ମିଶି ଉକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବା ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି ।

ମାହାଙ୍ଗା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ମାହାଙ୍ଗା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କଟକ: ମାହାଙ୍ଗା ସାଲେପୁର ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଘରେ କେହି ନଥିବା ବେଳେ 4 ରୁ 5 ଜଣ ଅସାମାଜିକ ବ୍ୟକ୍ତି ମିଶି ନାବାଳିକାକୁ ଦୁଷ୍କର୍ମ କରିଥିବା ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି । ଏହି ମାମଲାରେ ଜଣକୁ ଅଟକ ରଖିଛି ପୋଲିସ ।

ସୂଚନାନୁସାରେ, ମାହାଙ୍ଗା ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ ବବିତା ଦାସ ଓ ତାଙ୍କର 5 ଜଣ ସନ୍ତାନ ଅନେକ ବର୍ଷ ହେବ ରହି ଆସୁଥିଲେ । ବବିତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ କାମ ଅନ୍ବେଷଣରେ ମା ବାହାରକୁ ଯାଇଥିଲା ବେଳେ ଘରେ ଥିବା ନାବାଳିକା ଝିଅକୁ ଗଣଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ । ତେବେ ଉକ୍ତ ନାବାଳିକା ଜଣଙ୍କ ଚତୁରତାର ସହ ଘଟଣାସ୍ଥଳରୁ ଆସି ବଡ଼ ଭଉଣୀଙ୍କୁ ଫୋନ ଯୋଗେ ସବୁ କିଛି କହିଥିଲେ।

ଏନେଇ ଚଳିତମାସ 25 ତାରିଖରେ ଥାନାରେ ଏତେଲା ଦେବା ପରେ ଏହି ମାମଲାରେ ଜଣକୁ ଅଟକ ରଖିଛି ପୋଲିସ । ତେବେ ଆଉ ବାକି 4 ଜଣକୁ ଶୀଘ୍ର ଗିରଫ କରିବା ନେଇ ଦାବି କରିଛନ୍ତି ପରିବାର ଲୋକେ ଓ ଅନ୍ତରାଷ୍ଟ୍ରୀୟ ମାନବଧିକାର ପରିଷଦ ।

କଟକରୁ ପ୍ରଭୂକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details