ଓଡିଶା

odisha

ETV Bharat / briefs

ବ୍ରହ୍ମପୁର ମ୍ୟୁନିସିପାଲ ସଫେଇ କର୍ମଚାରୀଙ୍କୁ ତାଲିମ

ସ୍ବଚ୍ଛ ହେବ ସାରା ବ୍ରହ୍ମପୁର ସହର । ପରିମଳ ବ୍ୟବସ୍ଥାରେ ଆସିବ ସୁଧାର । ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀଙ୍କୁ ସଫେଇ ପାଇଁ ତାଲିମ ଦେଇଛନ୍ତି ମହାନଗର କର୍ତ୍ତୃପକ୍ଷ । ନାଳ ନର୍ଦ୍ଦମା ଠାରୁ ନିଜ ଘରଦ୍ବାର ସଫା ରଖିବାକୁ ଦେଇଛନ୍ତି ପରାର୍ମଶ ।

By

Published : Jun 26, 2019, 12:44 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସହରରେ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ନିଗମର ସଫେଇ କର୍ମଚାରୀଙ୍କ କାର୍ଯ୍ୟ ସଂପର୍କରେ ତାଲିମ ପ୍ରଦାନ କରାଯାଇଛି ।

ସହରର ସମସ୍ତ ପରିବାରକୁ ଓଦା ଓ ଶୁଖିଲା ବର୍ଯ୍ୟବସ୍ତୁ ରଖିବା ପାଇଁ ନିଗମ ପକ୍ଷରୁ ପ୍ରଦାନ କରାଯାଇଥିବା ଡଷ୍ଟବିନର ବ୍ୟବହାର କିପରି କରାଯାଉଛି, ବାରମ୍ବାର ସଚେତନ କରାଯିବା ପରେ ଏବଂ ନିୟମିତ ଭାବରେ ପ୍ରତ୍ୟେକ ଘରୁ ଅଳିଆ ଆବର୍ଜନା ସଂଗ୍ରହ ପରେ ମଧ୍ୟ ସହରର ନାଳ ନର୍ଦମା ରେ କେଉଁ ବ୍ୟକ୍ତି ବିଶେଷ ସେମାନଙ୍କ ବର୍ଯ୍ୟବସ୍ତୁକୁ ଫୋପାଡ଼ିଥାନ୍ତି ତାହାକୁ ଅଧିକ ଗୁରୁତ୍ୱ ଦିଆଯିବାକୁ ତାଲିମରେ ଆଲୋଚନା କରାଯାଇଥିଲା ।

ବ୍ରହ୍ମପୁର ଏମକେସିଜି ଅଡିଟୋରିୟମ ପରିସରରେ ଆୟୋଜିତ ଦ୍ବିତୀୟ ପର୍ଯ୍ୟାୟ ତାଲିମରେ ସହରର ୨୦ ଗୋଟି ୱାର୍ଡର ସଫେଇ କର୍ମଚାରୀ, ସୁପରଭାଇଜରଙ୍କ ଠାରୁ ଆରମ୍ଭ କରି ସଫେଇ ବିଭାଗ ଦାୟିତ୍ୱରେ ରହିଥିବା କର୍ମଚାରୀ ମାନଙ୍କୁ ସହରରେ ବିଭିନ୍ନ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା ।ଏହିକାର୍ଯ୍ୟକ୍ରମରେ ମହାନଗର ନିଗମର ବରିଷ୍ଠ ଅଧିକାରୀ ଇପସିତା ପ୍ରିୟଦର୍ଶିନୀ ମିଶ୍ର , ନିଗମର ସ୍ବାସ୍ଥ୍ୟ ଅଧିକାରୀ ରଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details