ଶ୍ରୀନଗର: ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଛି ପଡୋଶୀ ପାକ୍। ଭାରତ ଉପରେ ଆକ୍ରମଣ କରିବାକୁ ବାରମ୍ବାର ସୁଯୋଗ ଖୋଜୁଛି। ତେଣୁ ଭାରତ- ପାକ୍ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି। ଏୟାର ଷ୍ଟ୍ରାଇକ ପରେ ପାକ୍ 513 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ଜେନେରାଲ ଅଫିସର କମାଣ୍ଡିଙ୍ଗ(ଜିଓସି) ପରମଜିତ୍ ସିଂ ଏହି ସୂଚନା ଦେଇଛନ୍ତି ।
ଏୟାର ଷ୍ଟ୍ରାଇକ ପରେ ପାକ୍ କରିଛି 513 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ - 513 ଥର ଅସ୍ତ୍ରବିରତି ଉଲଂଘନ
ଏୟାର ଷ୍ଟ୍ରାଇକ ପରେ 513ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତ ଉପରେ ଆକ୍ରମଣ କରିଛି ପାକ୍। ଶନିବାର ଜେନେରାଲ ଅଫିସର କମାଣ୍ଡିଙ୍ଗ (ଜିଓସି) ପରମଜିତ୍ ସିଂ ଏହି ସୂଚନା ଦେଇଛନ୍ତି ।

ଅସ୍ତ୍ରବିରତି ଉଲ୍ଲଙ୍ଘନ ଯୋଗୁଁ ଭାରତୀୟ ସେନା ଠାରୁ 5ଗୁଣା କ୍ଷତି ପାକ୍ ସେନା ସହୁଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଆକ୍ରମଣ ପାଇଁ ପାକ୍ସେନା 100ରୁ ଊର୍ଦ୍ଧ୍ବ ମୋର୍ଟାର ଓ ତୋପର ବ୍ୟବହାର କରିଛି। ବିଶେଷ କରି ଜନବସତିକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି ପାକ୍ ସେନା ଆଉ ଏହି ଆକ୍ରମଣର ଜବାବ ଦେଇଛି ଭାରତୀୟ ସେନା।
ପ୍ରକାଶ ଥାଉକି, ପୁଲୱାମାରେ ଆକ୍ରମଣରେ 40 ଯବାନ ଶହୀଦ ହେବା ପରେ ଏହାର ପ୍ରତିଶୋଧରେ ଭାରତ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ କ୍ଷୁବ୍ଧ ହୋଇ ବାରମ୍ବାର ସୀମାରେ ଉତ୍ତେଜନା ସୃଷ୍ଟି କରୁଛି ପାକ । ତେବେ ଭାରତୀୟ ସେନା ଏହାର ଦୃଢ ଜବାବ ଦେଇଆସୁଛି ବୋଲି ସେନା ପକ୍ଷରୁ ପ୍ରକାଶ ପାଇଛି।