ଓଡିଶା

odisha

ETV Bharat / briefs

ବଦ୍ରିନାଥଙ୍କ ଦର୍ଶନ କଲେ ଭାରତୀୟ ବାୟୁସେନା ମୁଖ୍ୟ - Air Force Chief

ଆଜି ଭଗବାନ ବଦ୍ରିନାଥଙ୍କ ଦର୍ଶନ କଲେ ଭାରତୀୟ ବାୟୁସେନାର ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ ।ଏହି ସମୟରେ ସେ ମାଣାରେ ଅବସ୍ଥିତ ସେନା ଶିବିରରେ ସୈନିକମାନଙ୍କୁ ମଧ୍ୟ ଭେଟିଥିଲେ । ଅଧିକ ପଢନ୍ତୁ...

ବଦ୍ରିନାଥଙ୍କ ଦର୍ଶନ କଲେ ଭାରତୀୟ ବାୟୁସେନା ମୁଖ୍ୟ
ବଦ୍ରିନାଥଙ୍କ ଦର୍ଶନ କଲେ ଭାରତୀୟ ବାୟୁସେନା ମୁଖ୍ୟ

By

Published : Sep 12, 2020, 2:42 PM IST

ଡେରାଡୁନ: ଆଜି ଭଗବାନ ବଦ୍ରିନାଥଙ୍କ ଦର୍ଶନ କଲେ ଭାରତୀୟ ବାୟୁସେନାର ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ । ସକାଳ ପ୍ରାୟ 10ଟାବେଳେ ସେ ଜଗତର କଲ୍ୟାଣ ପାଇଁ ବଦ୍ରିନାଥଙ୍କ ପୂଜା କରିଥିଲେ। ଆଜି ସକାଳ 9ଟାରେ ବାୟୁସେନାର ହେଲିକପ୍ଟରରେ ବାୟୁସେନାର ମୁଖ୍ୟ ବଦ୍ରିନାଥ ଧାମରେ ​​ପହଞ୍ଚିଥିଲେ।

ଏହି ସମୟରେ ସେ ମାଣାରେ ଅବସ୍ଥିତ ସେନା ଶିବିରରେ ସୈନିକମାନଙ୍କୁ ମଧ୍ୟ ଭେଟିଥିଲେ। ଏହା ପରେ ସେ ମନ୍ଦିର ପରିସରରେ ପହଞ୍ଚି ପ୍ରଭୁ ବଦ୍ରିନାଥଙ୍କୁ ଦର୍ଶନ କରିଥିଲେ ।

ଉଲ୍ଲେଖନୀୟ କଥା ହେଉଛି, ଆଜିକାଲି ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବାୟୁସେନା ମୁଖ୍ୟ ରାକେଶ କୁମାରଙ୍କ ବଦ୍ରିନାଥଙ୍କ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details