ଓଡିଶା

odisha

ETV Bharat / briefs

ଝାରସୁଗୁଡାରେ 87 ନୂଆ କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ 1584କୁ ବୃଦ୍ଧି - ଝାରସୁଗୁଡାରେ 87 ନୂଆ କୋରୋନା ଚିହ୍ନଟ

କୋରୋନା ସଙ୍କଟ ଥମିବାର ନାଁ ଧରୁନଥିବାବେଳେ ଝାରସୁଗୁଡ଼ା ଜିଲ୍ଲାରେ ଏବେ ସ୍ଥିତି ଅଣାୟତ୍ତ । ଶନିବାର ଜିଲ୍ଲାରେ 87 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ 1584ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଝାରସୁଗୁଡାରେ 87 ନୂଆ କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ 1584କୁ ବୃଦ୍ଧି
ଝାରସୁଗୁଡାରେ 87 ନୂଆ କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ 1584କୁ ବୃଦ୍ଧି

By

Published : Sep 5, 2020, 12:43 PM IST

ଝାରସୁଗୁଡ଼ା: ରାଜ୍ୟରେ ଏବେ ରେକର୍ଡ ଭାଙ୍ଗୁଛି କୋରୋନା । କୋରୋନା ସଙ୍କଟ ଥମିବାର ନାଁ ଧରୁନଥିବାବେଳେ ଝାରସୁଗୁଡ଼ା ଜିଲ୍ଲାରେ ଏବେ ସ୍ଥିତି ଅଣାୟତ୍ତ । ଶନିବାର ଜିଲ୍ଲାରେ 87 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ 1584ରେ ପହଞ୍ଚିଛି ।

ଦିନକୁ ଦିନ ଝାରସୁଗୁଡ଼ାରେ ଉଗ୍ରରୂପ ନେବାକୁ ଯାଉଛି କୋରୋନା । ତେବେ ଏହି 87 ଜଣଙ୍କ ମଧ୍ୟରେ ଝାରସୁଗୁଡ଼ା ମ୍ୟୁନିସିପାଲଟିରେ 39 ଜଣ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡ଼ା ବ୍ଲକରୁ 9 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ବେଲପାହାଡ଼ ମ୍ୟୁନିସିପାଲଟିରୁ 2, ବ୍ରଜରାଜନଗର ମ୍ୟୁନିସିପାଲଟିରୁ 28, ଲଖନପୁର ବ୍ଲକରେ 6, କୋଲାବିରା ବ୍ଲକରେ 2 ଓ କିରମିରା ବ୍ଲକରେ ଜଣେ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଝାରସୁଗୁଡ଼ା ଜିଲ୍ଲାରେ ଆଜିସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1584ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1044 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 539 ଆକ୍ରାନ୍ତ ଏବେବି ଡାକ୍ତରଖାନା ଓ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଏହି କୋରୋନାରେ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details