ଓଡିଶା

odisha

ETV Bharat / briefs

ଖୋର୍ଦ୍ଧା ଉପଖଣ୍ଡରୁ ଆଜି 114 କୋରୋନା ପଜିଟିଭ୍ ଚିହ୍ନଟ - ମୋଟ ଆକ୍ରାନ୍ତ 2319କୁ ବୃଦ୍ଧି

ଖୋର୍ଦ୍ଧା ଜିଲ୍ଲାରେ ବିଏମସିକୁ ବାଦ ଦେଇ ଆଜି(ଶନିବାର) ପୁଣି 114 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2319ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଉପଖଣ୍ଡରେ ଆଜି ପୁଣି 114 କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ 2319କୁ ବୃଦ୍ଧି
ଖୋର୍ଦ୍ଧା ଉପଖଣ୍ଡରେ ଆଜି ପୁଣି 114 କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ 2319କୁ ବୃଦ୍ଧି

By

Published : Aug 15, 2020, 12:20 PM IST

ଖୋର୍ଦ୍ଧା: ରାଜ୍ୟରେ ଏବେ ଦୃତ ଗତିରେ ମାଡ଼ି ଚାଲିଛି ମହାମାରୀ କୋରୋନା । ବିଶେଷ କରି ଖୋର୍ଦ୍ଧା ଉପଖଣ୍ଡରେ ହୁ ହୁ ହୋଇ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ବିଏମସିକୁ ବାଦ ଦେଇ ଆଜି(ଶନିବାର) ପୁଣି 114 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେଥି ମଧ୍ୟରୁ ବାଣପୁରରୁ 4, ବାଲୁଗାଁରୁ 18, ଟାଙ୍ଗିରୁ 7,ଖୋର୍ଦ୍ଧା ବ୍ଳକରୁ 7, ବେଗୁନିଆରୁ 16, ବୋଲଗଡରୁ 10, ଜଟଣୀରୁ 16, ମେଣ୍ଢାଶାଳରୁ 6, ବାଲକାଟୀରୁ 6, ବାଲିପାଟଣାରୁ 11 ଏବଂ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରୁ 13ଜଣ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2319ରେ ପହଞ୍ଚିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details