ଖୋର୍ଦ୍ଧା: ରାଜ୍ୟରେ ଏବେ ଦୃତ ଗତିରେ ମାଡ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ଖୋର୍ଦ୍ଧା ଉପଖଣ୍ଡରେ ହୁ ହୁ ହୋଇ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଉପଖଣ୍ଡରୁ ପରୀକ୍ଷା ପାଇଁ 1596 ଜଣଙ୍କ ସ୍ୱାବ ସଂଗ୍ରହ ହୋଇଥିବା ବେଳେ ଆଜି ଉପଖଣ୍ଡରୁ 102 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଉପଖଣ୍ଡରେ ଉପରମୁହାଁ କୋରୋନା ଗ୍ରାଫ, 24 ଘଣ୍ଟାରେ 102 ଚିହ୍ନଟ - again 102 corona identify in Khordha subdivision
ଖୋର୍ଦ୍ଧା ଉପଖଣ୍ଡରେ ହୁ ହୁ ହୋଇ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଉପଖଣ୍ଡରୁ ପରୀକ୍ଷା ପାଇଁ 1596 ଜଣଙ୍କ ସ୍ୱାବ ସଂଗ୍ରହ ହୋଇଥିବା ବେଳେ ଆଜି ଉପଖଣ୍ଡରୁ 102 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...
![ଖୋର୍ଦ୍ଧା ଉପଖଣ୍ଡରେ ଉପରମୁହାଁ କୋରୋନା ଗ୍ରାଫ, 24 ଘଣ୍ଟାରେ 102 ଚିହ୍ନଟ ଖୋର୍ଦ୍ଧା ଉପଖଣ୍ଡରେ ଉପରମୁଁହା କୋରୋନା ଗ୍ରାଫ, 24 ଘଣ୍ଟାରେ 102 ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-09:42:09:1597291929-2020-08-12-1308newsroom-1597291917-587.jpg)
ଖୋର୍ଦ୍ଧା ଉପଖଣ୍ଡରେ ଉପରମୁଁହା କୋରୋନା ଗ୍ରାଫ, 24 ଘଣ୍ଟାରେ 102 ଚିହ୍ନଟ
ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ସହରରୁ 17ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଗାଁରୁ 28,ବାଣପୁରରୁ 7,ଟାଙ୍ଗିରୁ 15,ବୋଲଗଡ଼ରୁ 11,ବେଗୁନିଆ 5,ଜଟଣୀରୁ 4, ମେଣ୍ଢାସାଳରୁ 5,ବାଲିପାଟଣା ଜଣେ ଏବଂ ବାଳକଟି ବ୍ଲକରୁ 9ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ