ଓଡିଶା

odisha

ETV Bharat / briefs

'ଫନି'ର 4ଦିନ ପରେ ବି ଖୋର୍ଦ୍ଧା ସ୍ଥିତି ସଂଗୀନ

'ଫନି'ର ତାଣ୍ଡବରେ ଭାଙ୍ଗିପଡିଛି ଖୋର୍ଦ୍ଧାରେ ହଜାର ହଜାର ଗଛ । ଗମନାଗମନରେ ସୁଧାର ଆଣିବା ପାଇଁ ଏବଂ ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ ଗୁଡିକୁ କାଟି ରାସ୍ତା ସଫା କରୁଛି ପ୍ରଶାସନ ।

By

Published : May 8, 2019, 1:08 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ସାମୁଦ୍ରିକ ଝଡ ‘ଫନି’ ଯିବାର ଏହାରି ଭିତରେ 4ଦିନ ବିତିଗଲାଣି । କିନ୍ତୁ 'ଫନି' ଦେଇ ଯାଇଥିବା ଯାତନାରୁ ମୁକୁଳି ପାରୁନାହାଁନ୍ତି ‘ଫନି’ ପୀଡିତ । ବିଜୁଳି ସେବା ଠପକୁ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ । ଯାହା ଲୋକଙ୍କ ଦୁର୍ଦ୍ଦଶାକୁ ପୁରା ବଢାଇଦେଇଛି ।

ବିଗତ ପାଞ୍ଚଦିନ ହେବ ଖୋର୍ଦ୍ଧା ସହରରେ ଜଳଯୋଗାଣ ଠପ ହୋଇଯାଇଥିବା ବେଳେ ଲୋକେ ତ୍ରାହି ତ୍ରାହି ଡାକିଲେଣି । କିନ୍ତୁ ପ୍ରଶାସନ କହୁଛି ଆମେ ସହରରେ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଛୁ ହେଲେ ବାସ୍ତବତା ପୁରା ଓଲଟା । ପ୍ରଶାସନ ଟ୍ୟାଙ୍କର ଯୋଗେ ଯେଉଁ ଜଳ ଯୋଗାଉଛି ତାହା ସମୁଦ୍ରକୁ ଶଙ୍ଖେ । ଖୋର୍ଦ୍ଧାରେ ଜଳ ଉତ୍ସ ଥାଇ ମଧ୍ୟ ଖୋର୍ଦ୍ଧାବାସୀ ଏବେ ପାଣି ଟୋପାଏ ପାଇଁ କାକୁତି ମିନତି ହେଉଛନ୍ତି । 'ଫନି' ପରେ ସହରର 12ଟି ୱାର୍ଡକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେପଟେ 'ଫନି'ର ତାଣ୍ଡବରେ ଭାଙ୍ଗିପଡିଛି ଖୋର୍ଦ୍ଧାରେ ଥିବା ହଜାର ହଜାର ଗଛ । ତେବେ ପ୍ରଶାସନ ତରଫରୁ ଗମନାଗମନରେ ସୁଧାର ଆଣିବାପାଇଁ ଏବଂ ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ ଗୁଡିକୁ କାଟି ରାସ୍ତା ସଫା କରୁଛି ପ୍ରଶାସନ । କିନ୍ତୁ ଖୋର୍ଦ୍ଧା ସହର ଦେଇ ଯାଇଥିବା 16 ନଂ ଏବଂ 57 ନଂ ଜାତୀୟ ରାଜପଥରୁ ଗଛ କାଟି ହାତବାନ୍ଧି ବସିଛି ଅଗ୍ନିଶମ ବିଭାଗ । ଅନ୍ୟପକ୍ଷରେ ଖୋର୍ଦ୍ଧା ସହରର ଶ୍ରୀରାମ ନଗର , ଭଳିଆବାଡ଼ି ,ପଲ୍ଲା ଭଳି ଅନେକ ସ୍ଥାନରେ ଗଛ ପଡିରହିଥିବାରୁ ଗମନାଗମନରେ ବାଧା ଉପୁଜୁଛି ।

ଅନ୍ୟପଟେ ଆମେ ଖୋର୍ଦ୍ଧା ଜିଲ୍ଲାରୁ ପାଖାପାଖି 300 ଗଛ କାଟିଛୁ ଏବଂ ଅନ୍ୟ ଯେଉଁ ସ୍ଥାନରେ ଗଛ ପଡିଛି ତାହା ନଜରକୁ ଆସିଲେ କଟାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ସହକାରୀ ଅଗ୍ନିଶମ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details