ଓଡିଶା

odisha

ETV Bharat / briefs

ଫନି ପରେ କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ

ଫନି ତାଣ୍ଡବର ଦୁଇ ଦିନ ପରେ ଏବେ କାଳବୈଶାଖୀର ଶିକାର ହୋଇଛନ୍ତି ଦଲକିସାହିବାସୀ । ଏଥିରେ 10ରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହ ବ୍ୟାପକ ଧନ ସମ୍ପତ୍ତି ନଷ୍ଟ ହୋଇଛି । ଏଥିସହିତ ନୂତନ ଭାବେ ଲଗାଯାଇଥିବା ଟ୍ରାନ୍ସଫର୍ମର ଏବଂ ବିଦ୍ୟୁତ୍ ଖୁଣ୍ଟ ଗୁଡିକ ଭାଙ୍ଗିଯାଇଛି ।

By

Published : May 6, 2019, 4:17 PM IST

ଫଟୋ ସୌଜନ୍ୟ :ପ୍ରତିନିିଧି, ଆନନ୍ଦପୁର


ଆନନ୍ଦପୁର: ଫନି ପରେ ଏବେ କାଳବୈଶାଖୀର ତାଣ୍ଡବ । କାଳବୈଶାଖୀର ଏହି ଅଦିନିଆ ତାଣ୍ଡବ କେନ୍ଦୁଝର ଜିଲ୍ଲା ରାଧିକାଦେଇପୁର ପଞ୍ଚାୟତର ଆଦିବାସୀ ବହୁଳ ଦଲକିସାହିରେ ଦେଖିବାକୁ ମିଳିଛି । ଏଥିରେ 10ରୁ ଉର୍ଦ୍ଧ୍ବ ଘର ଭାଙ୍ଗିବା ସହ ବ୍ୟାପକ ଧନ ସମ୍ପତ୍ତି ନଷ୍ଟ ହୋଇଛି ।

ଭିଡିଓ ସୌଜନ୍ୟ :ପ୍ରତିନିିଧି, ଆନନ୍ଦପୁର

ଏଥିସହିତ ଗ୍ରାମକୁ ବହୁ ବର୍ଷ ପରେ ନୂତନ ଭାବେ ବିଦ୍ୟୁତ ସଂଯୋଗ ପାଇଁ ଲଗାଯାଇଥିବା ଟ୍ରାନ୍ସଫର୍ମର ଏବଂ ବିଦ୍ୟୁତ୍ ଖୁଣ୍ଟ ଗୁଡିକ ଭାଙ୍ଗି ଯାଇଛି । ଉକ୍ତ ବିଷୟରେ ଗ୍ରାମବାସୀ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନୁଧ୍ୟାନ ପାଇଁ ଗ୍ରାମରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା କହିଛନ୍ତି ଗ୍ରାମବାସୀ। ଖୁବଶୀଘ୍ର ମାମଲାର ତଦନ୍ତ କରି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details