ଓଡିଶା

odisha

ETV Bharat / briefs

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: 21 ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ - arrested

ଯୁବକଙ୍କୁ ଗଳାକାଟି ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ 21 ଦିନ ପରେ ଗିରଫ କରିଛି ପୋଲିସ । ଆସନ୍ତାକାଲି କୋର୍ଟ ଚାଲାଣ କରିଯିବା ନେଇ ସୂଚନା ରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 2, 2019, 9:59 PM IST

ସୁବର୍ଣ୍ଣପୁର: ବୀରମହାରାଜପୁର ଉପଖଣ୍ଡର କର୍ଣ୍ଣପାଲି ଗାଁରେ ଯୁବକକୁ ଗଳା କାଟି ହତ୍ୟା ଉଦ୍ୟମ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଘଟଣାର ମୁଖ୍ୟ ଅଭିଯୁକ୍ତ ଚମ୍ପମାଲ ଗାଁର ସୁଦାମ ମେଣ୍ଡଳୀ । ସୁଦାମକୁ ପୋଲିସ କଟକରୁ ଗିରଫ କରିଛି ।

ସୂଚନାନୁସାରେ, ଗତ ଜୁନ ମାସ 10 ତାରିଖ ରାତିରେ ବାସୁଦେବ ଖଣ୍ଡଗିରି ନିଜ ପତ୍ନୀଙ୍କ ସହିତ ଛାତ ଉପରେ ଶୋଇଥିଲେ । ଏହି ସମୟରେ ଅଭିଯୁକ୍ତ ସୁଦାମ ଏକ ସିଡିରେ ଛାତ ଉପରକୁ ଯାଇ ବାସୁଦେବଙ୍କ ଗଳାକାଟି ଫେରାର ହୋଇଯାଇଥିଲା । ବାସୁଦେବକୁ ଚିକିତ୍ସା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ବାସୁଦେବ ଏବେ ସୁସ୍ଥ ହୋଇ ଘରେ ଥିବାବେଳେ ମୁଖ୍ୟ ଅଭିଯୁକ୍ତ ସୁଦାମକୁ ପୋଲିସ ଘଟଣାର 21 ଦିନ ପରେ ଗିରଫ କରିବାରେ ସଫଳ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟ 2 ଅଭିଯୁକ୍ତ ଏଯାଏଁ ପୋଲିସ ହାତରେ ଧରାପଡ଼ିନାହାଁନ୍ତି । ଘଟଣାରେ ବ୍ୟବହୃତ ଛୁରୀ ସହିତ ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଆସନ୍ତାକାଲି ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details