ଓଡିଶା

odisha

ETV Bharat / briefs

ପରିବର୍ତ୍ତନର ସୁଅରେ କଳାବତୀ - kalabati

କଳାବତୀଙ୍କ ଜୀବନ ସ୍ରୋତରେ ଆସିଛି ପରିବର୍ତ୍ତନ । ତାଙ୍କୁ ସହାୟତାର ହାତ ବଢାଇଛି ଜିଲ୍ଲାପ୍ରଶାସନ । ଏହି ସହାୟତା ଟଙ୍କାରେ ଟିକି କୁଡିଆ ଘର ନିକଟରେ କୁକୁଡ଼ା ପାଳନ କରିବା ସହ ରାସନ ଦୋକାନ ପାଇଁ ଘରଟିଏ କରୁଥିବା କହିଛନ୍ତି କଳାବତୀ ।

ଫଟୋ ସୌଜନ୍ୟ: ସମ୍ବାଦତାତା, କୋରାପୁଟ

By

Published : Apr 16, 2019, 3:35 PM IST

କୋରାପୁଟ: ଦିନ ଥିଲା ଜେଲରେ ବନ୍ଦୀ ଜୀବନ ବିତାଉଥିବା ପୁଅର ଜାମିନ ପାଇଁ ପାଖରେ ନଥିଲା ଧନ । ଓକିଲ ନିଯୁକ୍ତି କରି ପୁଅକୁ ଖଲାସ କରି ଆଣିବାକୁ ସମର୍ଥ ନଥିଲେ ମା କଳାବତୀ । ମାତ୍ର ଏତିକିରେ ଥମିନଥିଲା କଳାବତୀଙ୍କ ଦୁଃଖ। ପୁଅର ଏକମାତ୍ର ସନ୍ତକ ନିଜ ଦିବ୍ୟାଙ୍ଗ ନାତିର ରକ୍ଷଣାବେକ୍ଷଣା ପାଇଁ ତାଙ୍କୁ ଜଙ୍ଗଲରୁ କାଠ ଆଣି ପାଖ ଅଞ୍ଚଳରେ ବିକ୍ରି କରିବାକୁ ପଡୁଥିଲା । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ମହାଦେଇପୁଟର ପଣସପୁଟ ଗାଁରେ ।

ମାତ୍ର କଳାବତୀଙ୍କ ଜୀବନର ଏହି ଦରଦି ଦୁଃଖ 'ଇଟିଭି ଭାରତ' ଏବଂ ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାଙ୍କ ଜୀବନ ସ୍ରୋତରେ ପରିବର୍ତ୍ତନ ଆସିଛି । ତାଙ୍କୁ ସହାୟତାର ହାତ ବଢାଇଛି ଜିଲ୍ଲାପ୍ରଶାସନ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କଳାବତୀଙ୍କୁ 10ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି । ଏଥିସହ ତାଙ୍କୁ ସ୍ବୟଂସିଦ୍ଧ କରିବାକୁ କିସ୍ତିରେ ଋଣ ପ୍ରଦାନ କରୁଛି ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ।

ଭିଡିଓ ସୌଜନ୍ୟ: ସମ୍ବାଦତାତା, କୋରାପୁଟ

ଗାଁରେ ଥିବା ଟିକି କୁଡିଆ ଘର ନିକଟରେ କୁକୁଡ଼ା ପାଳନ କରିବା ସହ ରାସନ ଦୋକାନ ପାଇଁ ଘରଟିଏ କରୁଥିବା କହିଛନ୍ତି କଳାବତୀ । ତେବେ ତାଙ୍କୁ ଦିଆଯାଇଥିବା ଋଣକୁ ସେ ଯଦି ଠିକ ସମୟରେ ପରିଶୋଧ କରନ୍ତି, ତାହେଲେ ତାଙ୍କୁ ମୁଦ୍ରା ପାଣ୍ଠିରୁ ଆହୁରି ଅଧିକ ଋଣ ମଞ୍ଜୁର କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି । ଏବେ କଳାବତୀଙ୍କ ପାଖକୁ ବିଭିନ୍ନ ସ୍ଥାନରୁ ଆର୍ଥିକ ସହାୟତା ଆସିଛି । ତେବେ ଏହି ଅର୍ଥକୁ ହଡ଼ପ କରିବା ପାଇଁ ନିଜ ସମ୍ପର୍କୀୟ ଲୋଲୁପ ଦୃଷ୍ଟି ଥିବା ସେ କହିଛନ୍ତି । ଏସବୁ ସତ୍ତ୍ବେ ସେ ନିଜ ଦିବ୍ୟାଙ୍ଗ ନାତିକୁ ଏକ ଉନ୍ନତ ସେବା ଯୋଗାଇ ଦେବାରେ ସମର୍ଥ ହେବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details