ବ୍ରହ୍ମପୁର:ମହଙ୍ଗା ପଡିଲା କୋଭିଡ ଗାଇଡଲାଇନର ଉଲ୍ଲଙ୍ଘନ କରି ସର୍ବସାଧାରଣରେ ବିବାହ ଶୋଭାଯାତ୍ରା କରିବା ଓ ଘୋଡା ଉପରେ ବସି ବିନା ମାସ୍କ ପିନ୍ଧି ପରିକ୍ରମା କରିବା । ଦୁଇ ବର ସହିତ ତାଙ୍କ ବାପାଙ୍କ ବିରୁଦ୍ଧରେ ହେଲା କାର୍ଯ୍ୟାନୁଷ୍ଠାନ ।
ସାରା ଦେଶ କୋଭିଡର ଦ୍ବିତୀୟ ଲହରରେ ଏକ ପ୍ରକାର ହାହାକାର ପଡିଥିବାବେଳେ ଏଭଳି ସମୟରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଦୁର୍ବନ୍ଧ ପଞ୍ଚାୟତ ଗୋଦାରାପଲ୍ଲୀ ଗ୍ରାମରେ ଗତକାଲି ରାତିରେ ବିବାହ ଶୋଭାଯାତ୍ରା ପରିକ୍ରମା କରିବା ଖବର ଜଣାପଡିବା ପରେ ପ୍ରଶାସନିକ ଅଧିକାରୀ ଭାବରେ ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ସ୍ଥାନୀୟ ଥାନାଧିକାରୀ ଅଭିମନ୍ୟୁ ଦାଶ ଓ କର୍ମଚାରୀ ମାନେ ପହଞ୍ଚି କୋଭିଡ୍ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।