ବରଗଡ: ଟାଉନ ଥାନା ପୋଲିସ ହେପାଜତରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଏହି ଘଟଣା ସାରା ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାନୁସାରେ, ବିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ଆସାମୀଙ୍କ ଫଟୋ ଏବଂ ସେମାନଙ୍କ ଅପରାଧୀକ ତାଲିକାକୁ କମ୍ପ୍ୟୁଟରରେ ଫିଡ୍ କରାଯାଉଛି । ଯେଉଁ କାରଣରୁ ବରଗଡର ସମସ୍ତ ଅପରାଧୀଙ୍କୁ ପଚରାଉଚରା ପାଇଁ ଟାଉନ୍ ଥାନାକୁ ଅଣାଯାଇଥିଲା । ପରେ ସେମାନଙ୍କୁ ଛାଡି ଦେଇଥିଲା ପୋଲିସ । ବରଗଡ ପୋଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା ।