ଓଡିଶା

odisha

ETV Bharat / briefs

ହଷ୍ଟେଲ ଛାତ୍ରୀ ଗର୍ଭବତୀ ଘଟଣା: ଗିରଫ ଅଭିଯୁକ୍ତର ଡାକ୍ତରୀ ମାଇନା - capital hospital

ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଛାତ୍ରୀ ଗର୍ଭବତୀ ଘଟଣା ସାମନାକୁ ଆସିବା ପରେ ସାଲିଆସାହିରୁ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ପରେ ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ ତାକୁ ଆଜି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 2, 2019, 9:30 PM IST

ଭୁବନେଶ୍ବର: ସ୍ମାର୍ଟସିଟିର ସରକାରୀ ଏସସିଏସଟି ସ୍କୁଲ ଛାତ୍ରୀ ନିବାସର 4 ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ସାଲିଆସାହିରୁ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ପରେ ଅଭିଯୁକ୍ତ ବୁଧାଣୁ ମୁର୍ମୁ ବିରୋଧରେ ଦୁଷ୍କର୍ମ ଏବଂ ପକ୍ସୋ ଆକ୍ଟ ଭଳି ସଙ୍ଗୀନ ଦଫା ଲଗାଯାଇଥିବା ବେଳେ ଡାକ୍ତରୀ ମାଇନା ପାଇଁ ତାକୁ ଆଜି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଛାତ୍ରୀ ଗର୍ଭବତୀ ଘଟଣା ସାମନାକୁ ଆସିଥିଲା । ମହିଳା ଥାନା ଆଇଆଇସି ଅନସୂୟା ନାୟକ ମାମଲାର ତଦନ୍ତକାରୀ ଅଧିକାରୀ ଥିବାବେଳେ ଏସିପି ବି.ପି ପାତ୍ର ମାମଲାର ତଦାରଖ କରୁଛନ୍ତି । ସେପଟେ 4 ଜଣ ଛାତ୍ରୀ ଗର୍ଭବତୀ ଘଟଣା ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । 'ନିଶ୍ଚୟ ପ୍ରେଗନାନ୍ସି କିଟ୍‌' ମାଧ୍ୟମରେ ଜଣେ ମାତ୍ର ଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ତେବେ ଗିରଫ ଅଭିଯୁକ୍ତ ଜଣକ ଛାତ୍ରୀ ନିବାସର କର୍ମଚାରୀ ମଧ୍ୟ ନୁହନ୍ତି । ସେ ଗର୍ଭବତୀ ଛାତ୍ରୀଙ୍କ ପଡୋଶୀ । ରଜଛୁଟିରେ ଛାତ୍ରୀ ଜଣକ ନିଜ ଘରକୁ ଯାଇଥିବା ବେଳେ ରଜ ଆଳରେ ଅଭିଯୁକ୍ତ ଜଣଙ୍କ ଛାତ୍ରୀଙ୍କୁ ଘରକୁ ଡାକି ତା ସହିତ ଶାରୀରିକ ସମ୍ପର୍କ ରଖିଥିଲା ।

ଛାତ୍ରୀ ଜଣକ ଗର୍ଭବତୀ ହେବା ଘଟଣା ପ୍ରଘଟ ହେବା ପରେ ପୀଡିତାଙ୍କ ବାପା ଏନେଇ ଥାନାରେ ମାମଲା ରୁଜୁ କରିଥିଲେ । ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ପରିବାର ତଥ୍ୟକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାକୁ ନେଇ ଛାତ୍ରୀ ୱାଲ୍ କମିଟି ଓ ପୋଲିସ ନୋଡାଲ ମିଳିତ ଭାବରେ ଏକ କମିଟି ଗଠନ କରାଯାଇଛି । ଯାହାର ତଦନ୍ତ କରାଯିବ । ତେବେ ଯେକୌଣସି ଛାତ୍ରୀ ନିବାସରେ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇଛି କି ନାହିଁ ସେ ନେଇ ମଧ୍ୟ ତଦାରଖ କରାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details