ଖୋର୍ଦ୍ଧା: ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ କୋରୋନା ହଟସ୍ପଟ ସାଜିଛି ଖୋର୍ଦ୍ଧା । ଖୋର୍ଦ୍ଧାରେ ଆଜି ଗୋଟିଏ ଦିନରେ ସର୍ବାଧିକ ୨୬୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଏମସିକୁ ବାଦ ଦେଇ ଖୋର୍ଦ୍ଧା ଜିଲ୍ଲାରେ ୩,୮୩୮ଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା । ଏବେ ପର୍ଯ୍ୟନ୍ତ ୨,୨୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୫୭୫ ଟି ସକ୍ରିୟ ମାମଲା ରହିଛି । ଏବଂ 25 ଜଣ ମୃତ୍ୟୁ ବରଣ କରିଛନ୍ତି ।
ଖୋର୍ଦ୍ଧାରେ ଗୋଟିଏ ଦିନରେ ସର୍ବାଧିକ ୨୬୮ କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା ହଟସ୍ପଟ
ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ କୋରୋନା ହଟସ୍ପଟ ସାଜିଛି ଖୋର୍ଦ୍ଧା । ଖୋର୍ଦ୍ଧାରେ ଆଜି ଗୋଟିଏ ଦିନରେ ସର୍ବାଧିକ ୨୬୮ କୋରୋନା ଆକ୍ରାନ୍ତ ଚିହ୍ନଟ । ଅନ୍ୟପଟେ ଖୋର୍ଦ୍ଧା ଓ ଜଟଣୀ ପୌରପରିଷଦ ଏବଂ ବାଲୁଗାଁ ଓ ବାଣପୁର ଏନ ଏ ସି ରେ କେହି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...
ଖୋର୍ଦ୍ଧାରେ ଗୋଟିଏ ଦିନରେ ସର୍ବାଧିକ ୨୬୮ କୋରୋନା ଚିହ୍ନଟ
ତେବେ ୨୬୮ ଆକ୍ରାନ୍ତଙ୍କ ମଧ୍ୟରେ ବାଲିଅନ୍ତାରେ ୨୭ ଜଣ, ବାଲିପାଟଣାରୁ ୨୮, ଭୁବନେଶ୍ୱର ବ୍ଲକରୁ ୧୪, ଜଟଣୀରୁ ୨୭, ଖୋର୍ଦ୍ଧାରୁ ୫୨, ବେଗୁନିଆରୁ ୦୯, ବୋଲାଗଡ଼ରୁ ୦୯, ଟାଙ୍ଗିରୁ ୧୬, ଚିଲିକାରୁ ୫୧, ବାଣପୁରରୁ ୩୫ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଖୋର୍ଦ୍ଧା ଓ ଜଟଣୀ ପୌରପରିଷଦ ଏବଂ ବାଲୁଗାଁ ଓ ବାଣପୁର ଏନଏସି ରେ କେହି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ